ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ଶାନ୍ତିଆ ଗ୍ରାମରେ ଥିବା ଏକମାତ୍ର ଷ୍ଟାଡିୟମକୁ ଆଜି ଜ୍ଞାନବିକାଶ ଆଇଟିଆଇର ଛାତ୍ରମାନେ ଦିନ ତମାମ ସଫେଇ କାର୍ଯ୍ୟ ଅବ୍ୟାହତ ରଖିଥିଲେ । ଆଇଟିଆଇର ପ୍ରତିଷ୍ଠାତା ଅଧ୍ୟକ୍ଷ ଲେଲିନ୍ କୁମାର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉକ୍ତ ଷ୍ଟାଡିୟମରେ ସଫେଇ କାର୍ଯ୍ୟ କରାଯାଇଥିଲା । ଏହି ଷ୍ଟାଡିୟମରେ ଗତ ୧୦ ତାରିଖରେ ଶେଷ ହୋଇଥିବା ୧୦ ଦିନ ବ୍ୟାପି ଜଳେଶ୍ୱର ବିକାଶ ମହୋତ୍ସବ ପରେ ଆଜି ବିକାଶ ପରିଷଦ ଓ ଶାନ୍ତିଆ ନବଜ୍ୟୋତି କ୍ରିକେଟ କ୍ଲବର ସଭ୍ୟମାନେ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟ ତ୍ୱରାନ୍ନିତ କରିଥିଲେ । ମାତ୍ର ସେଠାରେ ପ୍ରତିଦିନ ଶହ ଶହ ଯୁବକ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରିଡା ଓ ବ୍ୟାୟମ କରୁଥିବାରୁ ଏହି ଷ୍ଟାଡିୟମକୁ ଅଧିକ ସଫେଇ ଏବଂ ରକ୍ଷଣାବେକ୍ଷଣ କରାଯିବା ସହିତ ଏହାକୁ ପୂର୍ଣ୍ଣଙ୍ଗ କରାଯିବାପାଇଁ କ୍ଲବର ସଭାପତି ଶିଶିର ବ୍ରହ୍ମ, ତାରକ ପାତ୍ର, ସରୋଜ ପାତ୍ର, ଚନ୍ଦନ ସାସମଲ ଓ ବିକଶା ପରିଷଦର ସଂପାଦକ ମନୋରଂଜନ ଦାସ ଏବଂ ସଂଯୋଜକ ଅନନ୍ତ ଦାସଙ୍କ ସହିତ ଶାନ୍ତିଆଗ୍ରାମର ବହୁ ବୁଦ୍ଧିଜିବୀ ମାନେ ଦାବି ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା