ଜଳେଶ୍ୱର ଷ୍ଟେସନ ସମ୍ମୁଖ ପୁଣି ବେଆଇନ୍ ପାର୍କିଂ : ଯାତ୍ରୀ ଅସନ୍ତୋଷ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷିଣପୂର୍ବ ରେଳ ପଥର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନହୋଇଥିବା ବେଳେ ଏଠାରେ ପ୍ରତ୍ୟେକଦିନ ବିଭିନ୍ନ ଦ୍ରୁତଗାମୀ ଓ ପାସେଞ୍ଜର ଟ୍ରେନର ରହଣୀ ରହିଛି । ଫଳରେ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ଏହି ଷ୍ଟେସନକୁ ଟ୍ରେନଧରି ବିଭିନ୍ନ ଗନ୍ତବ୍ୟସ୍ଥାନକୁ ଯାତାୟାତ କରିଥାନ୍ତି । କିଛିଦିନ ତଳେ ଏହି ଷ୍ଟେସନ ସମ୍ମୁଖରେ ବେଆଇନ୍ ଯାନବାହାନ ପାର୍କି ହେଉଥିବା ବେଳେ ପ୍ରଶାସନ, ଆର୍ପିଏଫ, ଜିଆର୍ପି ଓ ସ୍ଥାନୀୟ ବୁଦ୍ଧିଜିବୀଙ୍କ ସହଯୋଗରେ ସେଠାରୁ ପାର୍କି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲା । କିଛିଦିନର ବ୍ୟବଧାନପରେ ପୁନଶ୍ଚ ବିଭିନ୍ନ ୪ଚକିଆ ଓ ୨ଚକିଆ ଯାନ ଏହି ଷ୍ଟେସନ ସମ୍ମୁଖରେ ରଖାଯିବା ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେଳେବେଳେ ଷ୍ଟେସନ ଭିତରକୁ ସହଜରେ ପଶିନପାରିବା ଫଳରେ ଟ୍ରେନ୍ ଫେଲ ହେଉଥିବା ନଜିର ରହିଛି । ତେଣୁ ଯଥାଶୀଘ୍ର ଏହି ବେଆଇନ୍ ପାର୍କିକୁ ଉଚ୍ଛେଦ କରାଯିବା ପାଇଁ ଜଳେଶ୍ୱର ରେଳ ୟୁଜର୍ସ କମିଟି ଓ ଟ୍ରେନ୍ ଯାତ୍ରୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳକୁ ଯୋଗାଯୋଗ କରିବାରୁ ସେ କହିଲେ ଏହି ସମସ୍ୟା ସମ୍ପର୍କରେ ମୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି, ଖୁବଶ୍ରୀଘ୍ର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରକାଶ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା