ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଭିନ୍ନ ସମୟରେ ଦାନ୍ତୁଠାରୁ ବାଲେଶ୍ୱର ମଧ୍ୟରେ ଏପରିକି ଜଳେଶ୍ୱର ଷ୍ଟେସନରେ ମଧ୍ୟ ରେଳଯାତ୍ରୀଙ୍କ ଠାରୁ ବିଭିନ୍ନ ଆସବାବପତ୍ର, ଟଙ୍କା, ଅଳଙ୍କାର ଚୋରୀ ହେଉଥିବାର ଦେଖିବାକୁ ମିଳୁଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ କେତେକ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ଗତ ଗୁରୁବାର ରାତ୍ରୀ୨.୪୦ମି.ରେ ଜଳେଶ୍ୱର ଷ୍ଟେସନର ନିଛାଟିଆ ୪ନଂ ପ୍ଲାଟଫର୍ମରେ କେତେକ ଚୋରୀ ଜିନିଷ ଭାଗବଂଣ୍ଟରା କରୁଥିବା ବେଳେ ଖବରପାଇ ଖଡଗପୁରସ୍ଥିତ ଆର୍ପିଏଫର ଏକ ସ୍ପେଶାଲ ସ୍କାର୍ଡ ଏଠାକୁ ଆସି ଧରିବାରେ ସକ୍ଷମ ହୋଇଛନ୍ତି । ଏହି ଲୁଟେରା ଦଳ ଜଳେଶ୍ୱରରେ ସଂଧ୍ୟାରେ ପହଞ୍ଚିବା ପରେ ଆରପିଏଫର ସ୍କୁର୍ଡକୁ ଖବର ଦିଆଯାଇଥିଲା । ଆରପିଏଫ ଟାକ୍ସଫେର୍ସଟିମ୍ ହାଉଡାପୁରୀ ଜଗନ୍ନାଥ ଏକ୍ସପ୍ରେସ୍ଆସି ଲୁଚି ରହିଥିଲେ । ରାତି ୨ଟା ୪୦ରେ ପାଟଣା ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ (୨୨୬୪୪) ଟ୍ରେନ୍ ଜଳେଶ୍ୱର ୩ନଂ ପ୍ଲାଟଫର୍ମରେ ପହଞ୍ଚିବା ପରେ ୩ଜଣ ଲୁଟେରା ଯୁବକ ଇଞ୍ଜିଆଡକୁ ଦୌଡୁଥିବାର ଆରପିଏଫ ଟାସ୍କଫର୍ସ ଦେଖିବାକୁ ପାଇଥିଲେ । ଏହି ଟ୍ରେନ୍ର ଏସ୍ ୧୩ କୋଚ୍ରୁ ଯାତ୍ରୀ ନନ୍ଦିନୀ କୁମାରୀଙ୍କ ମୋବାଇଲ୍ ସମେତ୍ ମୋଟ ୬ଟି ମୋବାଇଲ୍, ଏକ ହାତବନ୍ଧା ଘଣ୍ଟା, କିଛି ଅଳଙ୍କାର, ଏକ ପିଏନ୍ବି ଏଟିଏମ୍ କାର୍ଡ ଧରି ସେମାନେ ପଳାଉଥିବା ବେଳେ ଆରପିଏଫ ଟାକ୍ସପୋର୍ସ ଧରିବାରେ ସକ୍ଷମ ହୋଇଥିଲା । ସେମାନଙ୍କ ଠାରୁ ଏକ ବଢ ଛୁରୀ, ଭୁଜାଲି କାବୁ କରିବାରେ ପୋଲିସ୍ ସକ୍ଷମ ହୋଇଥିଲା । ଏହି ଚଢାଉରେ ଆରପିଏଫ ଇନିସ୍ପେକ୍ଟର କମଲେସ ସୁମାଦାର, ଏଏସ୍ଆଇ ସ୍ମୃତିରଂଜନ ମଲ୍ଲିକ, କନେଷ୍ଟବଳ ଦାଗାମ୍ବର ଦାସ, ବଳରାମ ହୁଇ, ଏଏନ୍ ସିଂ ଓ କେ ପାଠକ ପ୍ରମୁଖ ସାମିଲ ଥିଲେ । ୩ ଅଭିଯୁକ୍ତଙ୍କୁ ବାଲେଶ୍ୱର ଆରପିଏଫ ଥାନାକୁ ଅଣାଯାଇ ତଦନ୍ତପରେ ବାଲେଶ୍ୱର ରେଳବାଇ ପୁଲିସ୍କୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତମାନେ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ପଥରପୁରା ଗ୍ରାମର ସ୍ୱର୍ଗତ ସୁରେଶ ଚନ୍ଦ୍ର ସାହୁଙ୍କୁ ପୁଅ ଲକ୍ଷ୍ମିକାନ୍ତ ସାହୁ (୩୫), ଖଡଗପୁର ଲୋକାଲ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ସେକ୍ ମଂଜୁର ରହେମାନଙ୍କ ପୁଅ ସେକ୍ ସାହା ଆଲାମ (୨୪) ଓ ସ୍ୱର୍ଗତ ସେକ୍ ସମଦ୍ଙ୍କ ପୁଅ ସେକ୍ ଅତାବୁଲ (୨୯)ଙ୍କୁ ବାଲେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମାଞ୍ଜୁର ହେବାରୁ ଜେଲ ହାଜତ୍କୁ ପଠାଇ ଦିଆଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା