ଜଳେଶ୍ୱର ଷ୍ଟେସନରେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଟିକଟ ଯାଞ୍ଚ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନରେ ଆଜି ପୂର୍ବାହ୍ନଠାରୁ ସଂଧ୍ୟା ପର୍ଯ୍ୟନ୍ତ ରେଳ ବିଭାଗର ଖଡଗପୁର ଡିଭିଜନ୍ର ଏସିଷ୍ଟାଣ୍ଟକମାର୍ସିଆଲ ମ୍ୟାନେଜର ସୋପାନ ଦତ୍ତଙ୍କ ଦ୍ୱାରା ବିନାଟିକଟ ଯାତ୍ରୀ ଓ ବେଆଇନ୍ ପାର୍କଂ କରୁଥିବା ଯାନବାହନ ଗୁଡିକ ଯାଞ୍ଚ କରାଯାଇଥିଲା । ମୋଟ ୧୦ଟି ୨ଚକିଆ ଯାନରୁ ୫ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ସଂଗେ ସଂଗେ ୨୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ବିନାଟିକଟ ଯାତ୍ରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ତାଙ୍କ ସହିତ କମାରସିଆଲ ଇନିସ୍ପେକ୍ଟର ଅନୀଲ ଜରାଇ, ବାଲେଶ୍ୱର ସିଟିଆ୍ଇଙ୍କ ସମେତ ୮ଜଣ ଟିଟିଇ, ଆର୍ପିଏଫର ଜଣେ ସବ୍ଇନିସ୍ପେକ୍ଟର, ୩ଜଣ ଏଏସ୍ଆଇ ଓ ଜଣେ କନେଷ୍ଟବଳ, ଜିଆର୍ପିର ଜଣେ ଏଏସ୍ଆଇ ଓ ଜଣେ କନେଷ୍ଟବଳ ଏହି ଯାଞ୍ଚକାର୍ଯ୍ୟରେ ସାମିଲ ଥିଲେ । ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ରନାଥ ମଣ୍ଡଳଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସେମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା