ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷାର୍ଥିର ସକରାତ୍ମକ ଚିନ୍ତା, ଶିକ୍ଷାଲାଭ ପାଇଁ ଦୃଢ ଇଚ୍ଛାଶକ୍ତି ଓ କଠିନ ସାଧନା ସହିତ ଆଧ୍ୟାତ୍ମକ ଚିନ୍ତା ଚେତନା ମଧ୍ୟରେ ଜୀବନର ସଫଳତା ମିଳିଥାଏ ବୋଲି ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ବ୍ଲକରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ନୂଆବଜାରସ୍ଥିତ ଜଳେଶ୍ୱର ହାଇସ୍କୁଲର ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଉଦ୍ଘାଟନ କରି ଏ ମାଟିର ମହକ ତଥା ରେବତୀର ସଂପାଦିକା ସମାଜସେବୀ ସୁବାସିନୀ ଜେନା ସାମ୍ପ୍ରତିକ ଶିକ୍ଷାରେ ସକରାତ୍ମକ ଚିନ୍ତା ଚେତନା, ଈଶ୍ୱର ଭକ୍ତି, ଦୃଢ ଇଚ୍ଛାଶକ୍ତି ଓ କଠିନ ସାଧାନ ଜାରି ରହିଲେ ଆଜିର ଛାତ୍ର ଆସନ୍ତା କାଲିର ନାଗରିକ ହୋଇ ଦେଶ ଓ ଦଶର ବିଜୟବାନା ଉଠାଇବା ସହ ସଫଳ ମଣିଷଟିଏ ହୋଇ ପାରିବ ବୋଲି କହିଥିଲେ । ମାଖ୍ୟ ଅତିଥିଭାବେ ବିଡିଓ ନିତ୍ୟାନନ୍ଦ ସାହୁ ଯୋଗ ଦେଇ ସାମ୍ପ୍ରତିକ ଶିକ୍ଷା ମେଧା ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ ମଧ୍ୟ ଭଲ ମଣିଷ ତିଆରି କରିବାଲାଗି ଶିକ୍ଷାରେ ଆଧ୍ୟାତ୍ମିକ ଚନ୍ତନ ରହିବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ଖୋର୍ଦ୍ଦାର ଶିଶୁ ଅନନ୍ତ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡ. ଶ୍ରୀଜୟା ଦାସ ଯୋଗ ଦେଇ ସମାଜରେ ମାନବିକ ମୋଲ୍ୟବୋଧ କମିଆସୁଥିବା ବେଳେ ଅହଂ ଓ ସ୍ୱାର୍ଥପରାତା ବଢିବଡି ଚାଲିଛି । ତେଣୁ ବିଦ୍ୟାଳୟର ଚାରିକାନ୍ଥ କେବଳ ଏ ସବୁକୁ ରୋକିବାରେ ସମର୍ଥ ହୋଇନପାରେ । ବିଦ୍ୟାଳୟ ଶିକ୍ଷାସହ ଅଭିଭାବକମାନଙ୍କ ପ୍ରଚେଷ୍ଟା ପରିବାରୁ ଆରମ୍ଭ ହେଲେ ଏହାର ପରିବର୍ତ୍ତନ ହୋଇ ପାରିବ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରି ଜଳେଶ୍ୱର ବ୍ଲକର ଅନ୍ୟତମ ପୁରାତନ ବିଦ୍ୟାଳୟ ତଥା ବ୍ଲକ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତିତ୍ୱ ସଂପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ବିଇଓ ବିଜୟ କୁମାର ନାଥ, ଓଷ୍ଟାର ଜିଲା ସଂପାଦକ, ଓଷ୍ଟାର ଜିଲା ସଂପାଦକ ମନୋରଂଜନ ଦାସ, ଜଳେଶ୍ବର ବ୍ଲକ ନୋଡାଲ ଅଫିସର ମୂରଲି ମୋହନ ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ନାୟକ ପ୍ରମୁଖ ଅଭିଭାଷଣ ରଖିଥିଲେ । ଆଜି ଅପରାହ୍ନରେ ବାର୍ଷିକ କ୍ରିଡା ପତକା ଅବତରଣ ହୋଇଥିବା ବେଳେ ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଶିକ୍ଷକ ବିଦ୍ୟାପତି ଦେ ବାର୍ଷିକ ବିବରଣୀ ପାଠ, ପୂର୍ବତନ ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ନାଥ ନାୟକ, ସୁନିଲ କୁମାର ନାୟକ ଓ ଗିରିଶ କୁମାର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ଶିକ୍ଷକ କାହ୍ନୁ ଚରଣ ଜେନାଙ୍କ ବିୟୋଗରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କ ପତ୍ନୀ ମଂଜୁବାଳା ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା