ଜଳେଶ୍ୱର ସହରର ଡାଇଭରସନ ରୋଡ ବେହାଲ : ପ୍ରତିକାର କେବେ ?

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ବଡବଜାରରୁ ନୂଆବଜାର ମଧ୍ୟରେ ରେଳ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏହାର ଡାଇଭରସନ ରୋଡ ପ୍ରତି ଗୁରୁତ୍ୱ ଦିଆଯାଇନାହିଁ । ଫଳରେ ବର୍ଷା ହେଲେ ଡାଇଭରସନ ରୋଡଟି କାଦ ପଚପଚ ଓ ଖରା ହେଲେ ଧୂଳି ସର ସର ବାଟୋଇ, ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି । ଏହି ରାସ୍ତାକାର୍ଯ୍ୟ ୨୦୧୯ ଡିସେମ୍ବର ମାସରେ ଶେଷ ହେବାକୁ ଥିବା ବେଳେ ଅଦ୍ୟାବଧି କାର୍ଯ୍ୟର ୪୦ଭାଗ ନିର୍ମାଣ ସରିନାହିଁ । କିନ୍ତୁ ଡାଇଭରସନ ରୋଡଟି ପିଚୋ କିମ୍ବା କଂକ୍ରିଟ ହେବାର ନିୟମ ଥିବା ବେଳେ ଅଦ୍ୟାବଧି ତାହା କାର୍ଯ୍ୟିକି ହୋଇ ନାହିଁ ସେଥିନେଇ ଜଳେଶ୍ୱରବାସୀଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଛି । ସେହିପରି ଡାଇଭରସନ ରୋଡର ଓସାର ଓ ମେଟାଲିଂର ମୋଟେଇ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ଏ ସମ୍ପର୍କରେ ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯିବାରୁ ସରକାର ଜମି ଅଧିଗ୍ରହଣ କରି ନ ଥିବାରୁ ରାସ୍ତା କାର୍ଯ୍ୟ ବିଶେଷ ଅଗ୍ରଗତି କରିପାରୁ ନାହିଁ ବୋଲି କହିଥିଲେ ।

ରିପୋର୍ଟ ; ଭୂପତି କୁମାର ପରିଡା