ଜଳେଶ୍ୱର (ସମୃଦ୍ଧ ଓଡିଶା) ସହରର କେନ୍ଦ୍ରସ୍ଥଳରେ ଥିବା ପରିତ୍ୟକ୍ତ ଟାଉନ୍ ହଲଟି ଦୀର୍ଘଦିନ ଧରି ଅସମାଜିକ ବ୍ୟକ୍ତିମାନଙ୍କର ଆଡ୍ଡାସ୍ଥଳ ପାଲଟିଛି । ସହର ମଝିରେ ଏହି ଟାଉନହଲ ତତ୍କାଳୀନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ଉଦ୍ୟାମକ୍ରମେ ହୋଇଥିଲେ ସୁଦ୍ଧା ଏହା କୌଣସି ସଭା ସମିତି, ବିବାହ, ବ୍ରତଘର ପାଇଁ ବ୍ୟବହାର କରାଯାଉ ନ ଥିବାରୁ ଏ ଦିଗରେ ପୌର ପରିଷଦ ପ୍ରତ୍ୟେକବର୍ଷ ରାଜସ୍ୱ ହରାଉଛି । ମାତ୍ର ଏହି ପୌରପରିଷଦର ଟାଉନ୍ହଲ ଚାରିପଟେ ଘରୋଇ ଜାଗା ଥିବା ହେତୁ ସରକାରୀ ରାସ୍ତା ନଥିବା ଫଳରେ ଏହାକୁ ପୁନଃ ନିର୍ମାଣ କରାଯାଉନାହିଁବୋଲି ପୌରକର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଏପରିସ୍ଥଳେ ଏକ ସରକାରୀ ଜାଗାରେ ଟାଉନହଲ ନିର୍ମାଣ କରିବା ପାଇଁ ଜଳେଶ୍ୱର ସୋତନ ନାଗରିକ ମଂଚର ସଭାପତି ସିଦେ୍ଧଶ୍ୱର ପଣ୍ଡା ଓ ସଂପାଦକ ସୁବ୍ରତବେରା କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ କରିଛନ୍ତି । ପୁନଃଶ୍ଚ ଜଳେଶ୍ୱର ସହର ମଧ୍ୟରେ ଥିବା ପୁତ୍ତବିର୍ଭାଗ ଅଧିକୃତ ସ୍ଥାନକୁ ଜବରଦଖଲ ଉଚ୍ଛେଦ କରାଯାଇ ଉକ୍ତ ଜାଗାରେ ପୌରପରିଷଦ ଦ୍ୱାରା ଦୋକାନଗୃହ ନିର୍ମାଣ କରାଯାଇ ବିସ୍ତାପିତ ହେଉଥିବା ଦୋକାନୀ ମାନଙ୍କୁ ଭଡାସୂତ୍ରେ ଦୋକାନଗୃହ ଆବଣ୍ଟନ କରାଗଲେ ପରିଷଦର ରାଜସ୍ୱ ବୃଦ୍ଧି ପାଇବ ବୋଲି ମଞ୍ଚପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା