

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉପାନ୍ତରେ ଥିବା ବୃହତ୍ ସାପ୍ତାହିକ୍ ହାଟ ଗତ କିଛି ସପ୍ତାହ ଧରି ସାମାଜିକ ଦୂରତ ରକ୍ଷାକରି ଚାଲୁଥିବା ବେଳେ ଆଜି ହଠାତ୍ ହଜାର ହଜାର ଲୋକଙ୍କ ଉପସ୍ଥିତି ସାମାଜିକ ଦୂରତା ରକ୍ଷା କରିବାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହି ହାଟକୁ ପଶ୍ଚିମବଙ୍ଗ ଓ ଡିଶାର ବ୍ୟବସାୟୀ, ଜନସାଧାରଣ ଇତ୍ୟାଦି ଆସୁଥିବାରୁ ଆଜି ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ପରିବା କିଣିବା ପାଇଁ କିଛିଦିନ ଧରି ଲୋକେ ଘରେ ରହି ଯାଇଥିବା ବେଳେ ଆଜି ଆଇନ୍ ମାନି ନ ଥିଲେ । କେବଳ ସାପ୍ତାହିକୀ ହାଟ ନୁହେଁ, ଜଳେଶ୍ୱର ସହରର ସମସ୍ତ ଦୋକାନ ବଜାର ଖୋଲିଥିବା ଦେଖିବାକୁ ମିଳିଥିଲା । ଏପରିକି କେତେକ ଦୋକାନ ନ ଖୋଲିବାକୁ କୁହାଯାଇଥିବା ବେଳେ ସେସବୁ ଖୋଲି ଥିଲା । ଆଜି ଯେପରି କରୋନାର ସମସ୍ତ ପ୍ରତିବନ୍ଧକ ହଟି ଯାଇଥିବା ଭଳି ଦେଖିବାକୁ ମିଳିଥିଲା । ଶେଷରେ ପରିସ୍ଥିତି ଏପରି ହେଲା ଥାନାରୁ ଏଏସ୍ଆଇ ସତ୍ୟନାରାୟଣ ବଳଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଦୋକାନ ଓ ଶେଷରେ ସାପ୍ତାହିକ ହାଟକୁ ପ୍ରବେଶ କରି ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ପ୍ରବର୍ତ୍ତାଇ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା