ଜଳେଶ୍ୱର ସ୍ୱାଭିମାନ ମଂଚ ପକ୍ଷରୁ ସହୀଦ୍ ବାଘାଯତୀନଙ୍କ ବଳିଦାନ ଦିବସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂଗ୍ରାମୀ ବାଘାଯତୀନଙ୍କର ବଳିଦାନ ଦିବସ ଆଜି ପୂର୍ବାହ୍ନରେ ଜଳେଶ୍ୱର ସ୍ୱାଭିମନ ମଂଚ ପକ୍ଷରୁ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପରିସରରେ ପାଳିନ ହୋଇ ଯାଇଛି । ପୂର୍ବାହ୍ନରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଶିକ୍ଷାନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସମହାପାତ୍ର ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଗିରିଶ ଚନ୍ଦ୍ର ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷାନିରୀକ୍ଷକ ପର୍ଶୁରାମ ଗିରି ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଭାରତର ସ୍ୱାଧିନତା ଆନ୍ଦୋଳନରେ ବାଘାଯତୀନଙ୍କ ଭୂମୀକା ସଂପର୍କରେ ବର୍ଣ୍ଣନା କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଅଧ୍ୟାପକ ଅନନ୍ଦ କୁମାର ଦାସ ପୌରହିତ୍ୱ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ଣ୍ଣଚନ୍ଦ୍ର ଦାସ ମହାପାତ୍ର, ମୁଖ୍ୟବକ୍ତା ରୂପେ ଅଧ୍ୟାପକ ସୁକାନ୍ତ ଦାସ, ସମ୍ମାନୀତ ବକ୍ତରୂପେ ଅଧ୍ୟାପିକା ଇନ୍ଦୁମତୀ ଗିରି, ସମ୍ମାନୀତ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ସୁକୁମାର ରଣା ଓ ଆଇନ୍ଜୀବୀ ପତିତପାବନ ପ୍ରଧାନ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ କୃତିତ୍ୱଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରରମ୍ଭରେ କାଳୀଚରଣ ଦାସ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ସଂପାଦକ ମୁନିନ୍ଦ୍ର ସୁନ୍ଦର ଦାସ ଅତିଥି ପରିଚୟ କରିଥିଲେ । ଶେଷରେ ବରିଷ୍ଠ ସଦସ୍ୟ ପ୍ରଣବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାଭିମାନ ମଂଚପକ୍ଷରୁ ଫାଲ୍ଗୁନୀ ପାଣିଗ୍ରାହୀ, ମାନସ କୁମାର ପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା