
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ରେକଡ ସଂଖ୍ୟକ ୮ହଜାର ହେକ୍ଟର ଜମିରେ ରବିଧାନ ଚାଷ ହୋଇଥିବାରୁ ଏହାର ଅମଳ ପାଇଁ ଏହି ବ୍ଲକ ଅଞ୍ଚଳରେ ଥିବା ୧୨୧ଜଣ ହାର୍ଭେଷ୍ଟର (ଧାନକଟା ମେସିନ୍) ମାଲିକ ଅନ୍ୟ ରାଜ୍ୟରୁ ଡ୍ରାଇଭର ଆଣିବା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଅନ୍ୟଥା ମାଲିକ ସଂଘ କ୍ଷତି ସହିବା ସହିତ ଚାଷୀମାନେ ଧାନ ଅମଳ କରିବାରେ ସକ୍ଷମ ହେବେ ନାହିଁ ବୋଲି ସ୍ମାରକ ପତ୍ରରେ ଦର୍ଶାଇଛନ୍ତି । ଜଳେଶ୍ୱର ବ୍ଲକରେ ଚଳିତବର୍ଷ ସର୍ବାଧିକ ୮ହଜାର ହେକ୍ଟର ଜମିରେ ରବିଧାନ ଚାଷ ଅଧ୍ୟାବଧି ଅନୁକୂଳ ପାଗରେ ଭଲ ଫାସଲ ହୋଇଛି । ଏସବୁ ଅମଳ ପାଇଁ ଏହି ବ୍ଲକ ଅଞ୍ଚଳରେ ୧୨୧ଟି ହାର୍ଭେଷ୍ଟର ରହିଛି । କିନ୍ତୁ ଏହି ଚେନ୍ଲଗା ହାରଭେଷ୍ଟରର ଡ୍ରାଇଭରମାନେ ଜଣେ ଜଣେ ଟେକ୍ସିଆନ୍ ହୋଇଥିବାରୁ ଉତ୍ତର ପ୍ରଦେଶ, ରାଜସ୍ଥାନ, ପଂଜାବ ରାଜ୍ୟ ମାନଙ୍କରୁ ଡ୍ରାଇଭର ଅଣାଯାଇଥାଏ । କିନ୍ତୁ ଚଳିତବର୍ଷ ଦେଶରେ ଲକ୍ହାଉନ୍ ଚାଲିଥିବାରୁ ଉପରୋକ୍ତ ରାଜ୍ୟରୁ ଡ୍ରାଇଭର ଆଣିବାରେ ସମସ୍ୟା ଉପୁଜିଛି । ସରକାର ଚାଷ ଓ ଚାଷୀମାନଙ୍କ ପ୍ରତି କଣକଣ କୋହଳ କରିଥିବାରୁ ଏହି ଡ୍ରାଇଭର ମାନଙ୍କୁ ଆଣିବାଲାଗି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଛି । ପ୍ରକାଶଯୋଗ୍ୟ ଏଥିପୂର୍ବରୁ ଜଳେଶ୍ୱର କୃଷି ଜିଲା ଅଧିକାରୀ, ବାଲେଶ୍ୱରସ୍ଥିତ ସିଡିଏଓ, କୃଷି ଡିରେକ୍ଟର ଓ ଜିଲାପାଳମାନଙ୍କୁ ଅବଗତ କରାଯାଇଛି । ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ହେଲେ ପରିସ୍ଥିତି ଜଟିଳ ହେବ ବୋଲି ହାରଭେଷ୍ଟର ମାଲିକ ଅଶ୍ୱିନୀ କୁମାର ଜେନା, ତ୍ରୀଦିପ କୁମାର ପ୍ରଧାନ, ଅଜୟ ପ୍ରଧାନ, ବିଜୟ ମହାନ୍ତି, ଦୀପକ ଜେନା, ସୁବ୍ରତ ବ୍ରହ୍ମ, ନିତାଇ ଜେନା, ଗୌରହରି ଜେନା, ବିପ୍ଳବ ଜେନା, ସତ୍ୟନାରାୟଣ ମଲ୍ଲିକ, ଉତ୍ତମ ମହାନ୍ତି, ନିର୍ମଳ ଜେନା, ଅଜୟ ଜେନା, ସୂର୍ଯ୍ୟ ଦତ୍ତ ଓ ରମେଶ ବାରିକ ପ୍ରମୁଖ ଉର୍ଚ୍ଚ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ଏ ଅଞ୍ଚଳର କେତେକ ହାରଭେଷ୍ଟର ଅନ୍ୟ ଜିଲାକୁ ଡ୍ରାଇଭର ଆଣିବାକୁ ଯାଇ ପୋଲିସ୍ ଦ୍ୱାରା ଅଟକ ଥିବାରୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, କୃଷିମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସହିତ ଆଲୋଚନା କରି ଅତିଶ୍ରୀଘ୍ର ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା