ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ସଂସ୍କୃତିରେ ଜନ୍ମାଷ୍ଟମୀ ଏକ ପବିତ୍ର ଉତ୍ସବ । ଏହି ଦିନରେ ଶ୍ରୀକୃଷ୍ଣ ଜନ୍ମଲାଭ କରିଥିବାର କଥିତ ଅଛି । ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗରେ କୃଷ୍ଣ ଅନ୍ଧକାରମୟ କାରାଗାରରେ ମା ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ । ପରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ଧରି କୂଳ ଲଂଘୁଥିବା ଜମୁନା ନଦୀ ପାର ହୋଇ ଗୋପ ପୁରରେ ଛାଡି ଆସିଥିବାର କିମ୍ବଦନ୍ତି ଏବେବି ପ୍ରଚଳିତ । ଏହାକୁ ଲକ୍ଷ କରି ବିଭିନ୍ନ ମନ୍ଦିର ଓ ଗାଁ ମୁଣ୍ଡରେ ଜନ୍ମାଷ୍ଟମୀ ପାଳିତ ହୋଇଛି । ଆଜି ସ୍କୁଲ ମାନଙ୍କରେ ସରକାରୀ ଛୁଟି ଘୋଷଣା ହୋଇଥିବା ବେଳେ ପ୍ରତ୍ୟେକ ସରସ୍ୱତୀ ଶିଶୁ ବିଦ୍ୟାରମନ୍ଦିରରେ ଏହି ଜନ୍ମାଷ୍ଟମୀ ଓ କୃଷ୍ଣବେଶ ମହାଆଡମ୍ବରରେ ପାଳିତ ହୋଇଛି । ଆଜି ସକାଳେ ବହୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ତାଙ୍କ ପୁଅଝିଅଙ୍କୁ କୃଷ୍ଣ ବେଶରେ ସଜାଇ ବିଦ୍ୟାଳୟରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରେ କୃଷ୍ଣବେଶଧାରୀ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଜଳେଶ୍ୱର ସହରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆମ୍ବଳିଅଠା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ରାଇବଣିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ରାଇଶୋଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଲକ୍ଷ୍ମଣନାଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନାମ୍ପୋ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶାଳିକୋଠା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଦେବକୁମାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବଡନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଦକ୍ଷିଣ ପ୍ରହରାଜପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଭୃତି ଶିକ୍ଷାନୁଷ୍ଠାନ ମାନଙ୍କରେ ପାରମ୍ପରିକ ଭାବେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି । ଜଳେଶ୍ୱର ସହର ଉପକଣ୍ଟରେ ଥିବା କୃଷ୍ଣ ନଗର ଇଷ୍କନ ଜଗନ୍ନାଥ ମନ୍ଦିରରେ ଧୁମ୍ଧାମ୍ରେ ଲହି ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା