ଜଳେଶ୍ୱରର ବିଭିନ୍ନ ସ୍ଥାନରେ କାଳୀପୂଜା ଓ ଦୀପାବଳୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଲୋକର ପର୍ବ ଦୀପାବଳୀ ଓ କାଳୀପୂଜା ଜଳେଶ୍ୱର ଅଂଚଳରେ ବିଭିନ୍ନ ସ୍ଥାନରେ ବିପୁଳ ଉଲ୍ଲାସ ଓ ଉଦ୍ଦିପନା ସହ ପାଳିତ ହୋଇ ଯାଇଛି । ଷ୍ଟେସନ ବଜାରସ୍ଥିତ ମା ଦକ୍ଷିଣାକାଳୀ ମନ୍ଦିରକୁ ଉଜ୍ଜଳ ଆଲୋକମାଳାରେ ସୁସଜ୍ଜିତ କରାଯିବା ସଂଗେ ସଂଗେ ହଜାର ହଜାର ଶ୍ରଦ୍ଧାଳୁମାନେ ମା କାଳୀ ପୂଜାର୍ଚ୍ଚନା ଓ ଆର୍ଶିର୍ବାଦ ପାଇଁ ଭିଡ ଜମାଇଥିଲେ । ସେହିପରି ପ୍ରସିଦ୍ଧ ଲକ୍ଷ୍ମଣନାଥ ରାୟମହାଶୟ ଗଡରେ ସାର୍ବଜନୀନ କାଳୀପୂଜା ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଭୋର ୪ଟାରେ ବିସର୍ଜନ ହୋଇଥିଲା । ଶ୍ୟାମାକାଳୀ ମନ୍ଦିରକୁ ମଧ୍ୟ ଉଜ୍ଜଳ ଆଲୋକମାଳାରେ ସୁସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଜଳେଶ୍ୱର ସହରର ବଡବଜାରଠାରେ ମା କାଳୀଙ୍କ ମୂର୍ତ୍ତୀରେ ମୁକୁଟ ଓ ବାଜୁ ରୂପାରେ ନିର୍ମାଣ କରାଯାଇଛି । ସେହିପରି ହାଟଛକ, କମାରଣରଳିଆ, ଆମ୍ବଳିଅଠାଛକ, ଡେମୁରିଆ, ନାମ୍ପୋ, ସୁଗୋ, ଧାନସିମୁଳିଆ, ଶାଳିକୋଠା, ପଶ୍ଚିମବାର୍ଡ, ଆର୍ଆର୍ପୁର, ପାଇକସିଦା, ଦେଉଳା, ରାଇବଣିଆ, ଓଲମରା ପ୍ରଭୃତି ସ୍ଥାନରେ କାଳୀପୂଜା ଅନୁଷ୍ଠିତ ହୋଇଥିବା ବେଳେ ପୁରପଲ୍ଲୀର ପ୍ରତ୍ୟେକ ଘରେ ଦୀପାବଳୀ ଉପଲକ୍ଷେ ଦୀପ ଓ ମହମବତୀ ସାଂଗକୁ ଘରଗୁଡିକ ରଙ୍ଗିନ୍ ଆଲୋକରେ ସୁସଜ୍ଜିତ କରାଯାଇଥିଲା । ଚଳିତବର୍ଷ କାଳୀପୂଜା ପୂର୍ବରୁ ବାଣଦୋକାନ ଗୁଡିକ ଉପରେ ଲଗାତାର ଚଢାଉ କରାଯାଇଥିବା ଓ ଲଗାଣ ବର୍ଷା ହେତୁ ଦୀପାବଳୀ ଉତ୍ସବ ଅପେକ୍ଷାକୃତ ଫିକା ପଡିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡ଼ା