ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ଗଣତନ୍ତ୍ରକୁ ଅଧିକ ନିରପେକ୍ଷ ଓ ସୁଦୃଢ କରିବା ପାଇଁ ୪ର୍ଥ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ଗଣମାଧ୍ୟମ । ଆଜିର ସମାଜରେ ବିଭିନ୍ନ ସମ୍ବାଦପତ୍ର ଓ ଇଲେଟ୍ରନିକ୍ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନେ ବହୁ ସମାସ୍ୟା ମଧ୍ୟରେ ଗତି କରୁଥିଲେ ମଧ୍ୟ ସେମାନେ ଏକତ୍ରିତ ହୋଇ ସମାଜକୁ ପ୍ରଗତି ପଥରେ ଆଗେଇ ନେବା ସହିତ କୁସଂସ୍କାର ଓ ଦୁର୍ନିତୀମୁକ୍ତ ସମାଜ ଗଠନରେ ସହାୟକ ହେବା ଉଚିତ ବୋଲି ସ୍ଥାନୀୟ ପୁତ୍ତବିଭାଗ ଡାକବଙ୍ଗଳା ପରିସରରେ ସାମ୍ବାଦିକ ଏକତା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇ ଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଅମର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ବାଲେଶ୍ୱର ଜିଲା ଚାଇଲ୍ଡ ଲାଇନର ମୁଖ୍ୟ ପ୍ରଶାନ୍ତ ରାଉତ ଯୋଗ ଦେଇ ସାମ୍ବାଦିକ ମାନେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନେ ସଂଗଠିତ ହୋଇ ଯେ କୌଣସି ସମସ୍ୟାକୁ ଏକତ୍ରୀତ ଭାବେ ମୁକାବିଲା କରିବା ଉଚିତ୍ ବୋଲି କହିଥିଲେ । ଏହା ସହିତ ଚାଇଲ୍ଡ ଲାଇନ୍ ପକ୍ଷରୁ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ମଧ୍ୟରେ ନିବିଡ ଭାତୃତ୍ୱ ସୃଷ୍ଠି ଉଦ୍ଦେଶ୍ୟରେ ରାକ୍ଷୀ ବନ୍ଧନ କରାଯାଇଥିଲା । ଏଥିରେ ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ, ଚନ୍ଦନ ଜେନା, ଭଗବାନ ବେହେରା, ସରିତ୍ ସପନ ପଣ୍ଡା, ଅଜିତ୍ ସାହୁ, ପ୍ରଦୀପ ଜେନା, ଗୋପାଳ ଚନ୍ଦ୍ର ସାହୁ, ଦୀନବଂଧୁ ପ୍ରଧାନ, ମନୋଜ କୁମାର ଭୂୟାଁ, ଆଶିଷ ଗିରି, ଅର୍ଜୁନ ସିଂ, ସେକ୍ ଅବଦୁଲ ରହିମ୍, ମୃତ୍ୟୁଞ୍ଜୟ ଦାସ, ଦିଲ୍ଲିପ ଦାସ, ଅରୁଣ ଜେନାଙ୍କ ସହିତ ଚାଇଲ୍ଡ ଲାଇନର ଟିମ୍ ଲିଡର ଉତ୍ତମ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅନୁରୂପ ଭାବେ ଜଳେଶ୍ୱର ହୋଟେଲ ଇନ୍ରେ ଆୟୋଜିତ ଉତ୍ତର ବାଲେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ସଂଘର ସମ୍ପାଦକ ପତିତ ପାବନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ, ମୁଖ୍ୟ ବକ୍ତା ଜଳେଶ୍ୱର ପୋଲିସ୍ ଆଇଆଇସି ପ୍ରଦୀପ କୁମାର ମାଝୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଅଜିତ୍ କୁମାର ମହାନ୍ତି, ସୁକୁମାର ରଣା, ଅମର ଆଚାର୍ଯ୍ୟ ଯୋଗ ଦେଇ ସମ୍ପ୍ରତିକ ସମାଜରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ସାମ୍ବାଦିକ ଘନଶ୍ୟାମ ଗିରି, ମୃତ୍ୟୁଞ୍ଜ ଦାସ, ଅବଦୁଲ ରହିମ୍, ପ୍ରଦୀପ ମିଶ୍ର, ସୁବାଶ ଦାସ, ଅଶ୍ୱିନୀ କୁମାର ନାଥ, ବିକାଶ ପାଣିଗ୍ରାହୀ, ରାଧାକାନ୍ତ ପ୍ରଧାନ, ହିମାଂସୁ ବାରିକ, ଗୌର ଗୋପାଳ ସେନ୍, ଲକ୍ଷ୍ମୀକାନ୍ତ ବିଶ୍ୱାଳ, ସତ୍ୟବ୍ରତ ସୋମ, ସରିତ୍ ସପନ ପଣ୍ଡା ଓ ଅରୁଣ ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ସମାଜସେବୀ ରିଆଜ୍ ଖାଁ, ସେକ୍ ଅବଦୁଲ୍ ହାକିମ୍, ସେକ୍ ହାସିରୁଦ୍ଦିନ୍ ବକ୍ସ, ଅଶୋକ ଜେନା, ସୁମିତ୍ ମହାନ୍ତି, କାଳିଚରଣ ଦାସ, ଚକ୍ରଧାର ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା