ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଜ୍ୱର ଓ ଥଣ୍ଡାରୋଗୀ:ମାକ୍ସ, ହାତଧୁଆ ସାବୁନ, ସେନିଟାଇଜର୍ ମିଳୁନଥିବା ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଂପର୍କରେ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଜଳେଶ୍ୱରରେ ଥିବା ଜିକେ ଭଟ୍ଟର ଡାକ୍ତରଖାନା, ହାତୀଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀର ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଭଟ୍ଟର ଓ ହାତୀଗଡ ସିଏଚ୍‌ସିରେ ପ୍ରତିଦିନ ପ୍ରତିଟିରେ ୩୫୦ରୁ୪୦୦ ରୋଗୀ ଚିକିତ୍ସିତ ହେଉଥିବା ବେଳେ କରୋନ ଭୟରେ ଏହା ଆଶାତୀତ ଭାବେ ହ୍ରାସ ପାଇଥିଲା । କିନ୍ତୁ ଗତ ୨ ଦିନ ଧରି ଏହି ସଂଖ୍ୟା ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାରରର ସମୀକ୍ଷାରୁ ପ୍ରକାଶ ୧୦ଟି ଗ୍ରାମାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ଟି ସିଏଚ୍‌ସିରେ ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କ ମଧ୍ୟରୁ ୮୦ଭାଗ ରୋଗୀ ଥଣ୍ଡା, ଜ୍ୱର, କାଶ, ଦେହ ଦରଜ ହେଉଥିବା ଜଣାଯାଇଛି । ସାଧାରଣ ଛିଙ୍କ ଦେଖାଦେଲେ ମଧ୍ୟ ଲୋକେ ଡାକ୍ତରଖାନା ଆସୁଥିବା ଦେଖିବାକୁ ମିଳୁଛି । କିନ୍ତୁ ସବୁ ଡାକ୍ତରଖାନାରେ ସମସ୍ତ ଆବଶ୍ୟକ ଔଷଧ ମିଳୁନଥିବା ଏପରିକି ଡାକ୍ତର ନର୍ସ, କର୍ମଚାରୀଙ୍କ ଲାଗି ଆବଶ୍ୟକ ମାକ୍ସ, ହାତଧୁଆ ସାବୁନ, ସେନିଟାଇଜର୍ ମିଳୁନଥିବା ବାରମ୍ବାର ଅଭିଯୋଗ ହେଉଥିବା ସୂଚନା ମିଳିଛି ।

ରିପୋଟ : ଭୂପତି କୁମାର ପରିଡା