ଜଳେଶ୍ୱରର ଯୁବକ ଫସିଛନ୍ତି ମହାରାଷ୍ଟ୍ରର ସତରା ଜିଲାରେ : ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଏବଂ ରାଇବଣିଆ ଥାନାର ମାକିଡିଆ ଗାଁର କିଛି ଯୁବକ ମହାରାଷ୍ଟ୍ରରେ ସତରା ଜିଲାରେ ଫସିଥିବାରୁ ଏବଂ ଭୋକ ଉପାସରେ ଦିନ କାଟୁଥିବାରୁ ଉଦ୍ଧାର କରିବାକୁ ରାଜ୍ୟସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ମାକିଡିଆ ଗାଁର କେତେକ ଯୁବକ କାମଧନ୍ଦା ଉଦ୍ଦେଶ୍ୟରେ ମହାରାଷ୍ଟ୍ର ଯାଇଥିବା ବେଳେ ୪ନଂ ଜାଜୀୟ ରାଜପଥର ସେନ୍ଦ୍ରେସ୍ଥିତ ଆମରାଇ ରିସଟ ହୋଟେଲରେ କାର୍ଯ୍ୟକରି ଆସୁଛନ୍ତି । ଲକ୍‌ଡାଉନ୍‌ପରେ ମାଲିକ ଖାଇବାକୁ ଦେଉଥିବା ବେଳେ ଏବେ ବନ୍ଦ କରି ଦେଇଛି । ମାଲିକ ନିକଟରୁ ପଇସା ପାଇବାକୁ ଥିଲେ ମଧ୍ୟ ତାହା ଦେଉନଥିବାରୁ ଭୋକ ଉପାସରେ କାଳାତିପାତ କରୁଛନ୍ତି । ଆସନ୍ତା ଦିନରେ ରେଳ ଚଳାଚଳ କରିବାକୁଥିଲେ ମଧ୍ୟ ସେମାନଙ୍କୁ ଆଣିବାପାଇଁ ଓଡିଶା ସରକାର ବିହିତ ପ୍ରତିକାର କରିବାକୁ ସେମାନେ ଓ ସେମାନଙ୍କ ପରିବାରବର୍ଗ ଦାବି କରି ଆସୁଛନ୍ତି । ନିକଟସ୍ଥ ଅନ୍ୟ କେତେକ ହୋଟେଲରେ ମଧ୍ୟ ଓଡିଶାର ବହୁ ଯୁବକ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ସମସ୍ତେ ନିବେଦନ କରିଛନ୍ତି । ଲକ୍ଷ୍ମୀକାନ୍ତ ସେନାପତି, ଚନ୍ଦ୍ରକାନ୍ତ ଦାସ, ସତ୍ୟଜିତ୍ ଦାସ, ବିଶ୍ୱଜିତ୍ ଦାସ, ପ୍ରଭାସ ସେନାପତି ଓ ପବିତ୍ର ଦାସ ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା