
ଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଉଦଳା ଅଂଚଳରୁ ଏକ ପିକ୍ଅପ ଭ୍ୟାନକୁ ଜବତ୍ କରାଯାଇଛି । ଗତ ୧୯-୪-୧୯ରେ ଜଳେଶ୍ୱରର ଅଂଚଳର ସେକ୍ ଜମିରୁଦ୍ଦିନଙ୍କର ଏକ ପିକ୍ଅପ୍ ଜଳେଶ୍ୱରର ହୋଣ୍ଡା ସୋରୁମ୍ ସମ୍ମୁଖରେ ଛିଡା ହୋଇଥିବା ବେଳେ କୌଣସି ଦୁର୍ବୁତ୍ତ ଚୋରୀ କରିଥିଲା । ଜମିରୁଦ୍ଦିନଙ୍କ ଅଭିଯୋଗ ମୂଳେ ମାମଲା ନଂ ୯୨/୧୯ରେ ଜଳେଶ୍ୱର ପୁଲିସ୍ ଖୋଜଖବର ରଖିଥିଲା । ଗତ ସୋମବାର ରାତିରେ ଏହି ପିକ୍ଅପର ଡାଲା ଗୋଟିଏ ସ୍ଥାନରୁ ଓ ଏହାର ଇଞ୍ଜିନ ଅନ୍ୟସ୍ଥାନରୁ ଜବତ୍ କରାଯାଇଥିବାର ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ ଆଜି ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା