ପଶ୍ଚିମବଙ୍ଗରୁ ରେଳ ଲାଇନ ଦେଇ ଫେରୁଥିବା ପ୍ରବାସୀମାନେ ଜଳେଶ୍ୱରରେ ଧରା ହେଲେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ପଶ୍ଚିମବଙ୍ଗର ଲିଙ୍କ ଥାଇ ବହୁ ବ୍ୟକ୍ତି ଓଡିଶାକୁ ଫେରି ଥିବା ବେଳେ ସେମାନଙ୍କ ସ୍ୱାବ ଟେଷ୍ଟରେ ପଜେଟିଭ୍ ଆସୁଥିବାରୁ ପଶ୍ଚିମବଙ୍ଗରୁ ଓଡିଶା ନ ଆସିବା ଲାଗି ପ୍ରଶାସନ ପ୍ରକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ଏବେବି ପଶ୍ଚିମବଙ୍ଗରୁ ଓଡିଶାକୁ ବହୁ ବ୍ୟକ୍ତି ରେଳ ରାସ୍ତାରେ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳୁଛି । ଗତ ମଧ୍ୟରାତ୍ରିରେ ରେଳ ଧାରଣରେ ଯାଉଥିବା ପ୍ରାୟ ୨୦ଜଣ ବ୍ୟକ୍ତିଙ୍କୁ ଜଳେଶ୍ୱର ଠାରେ ଅଠକ ରଖା ଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରତି ଗୁରୁତ୍ୱ ଦିଆଯାଇ ନ ଥିବାରୁ ଓଡିଶା ମଧ୍ୟକୁ ଖସି ଯାଇଥିବା ଜଣାଯାଇଛି । ଜଳେଶ୍ୱର ଷ୍ଟେସନ ନିକଟରେ ରେଳବାଇ ପୋଲିସ୍ ଓ ସ୍ଥାନୀୟ ଲୋକେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ପ୍ରାୟ ୨୨ଜଣ ବ୍ୟକ୍ତି ରେଳ ଧାରଣାରେ କଲିକତା ଓ ମୁର୍ଷିଦାବାଦରୁ ଆସି ଭଦ୍ରକ ଅଭିମୁଖେ ଯାଉଥିବା ସେମାନେ ପ୍ରକାଶ କରିଥିଲେ । କିନ୍ତୁ ରେଳବାଇ ପୋଲିସ୍ ସେମାନଙ୍କୁ ଅଟକ ରଖିବାରେ ବିଫଳ ହେବାରୁ ସେମାନେ ୬୦ନଂ ଜାତୀୟ ରାଜପଥ ଅଭିମୁଖେ ଯାଇଥିଲେ । ସେମାନଙ୍କୁ ଜଳେଶ୍ୱରରେ କିଛି ସମୟ ଅଟକ ରଖା ଯାଇଥିଲେ ମଧ୍ୟ ରେଳବାଇ ପୋଲିସ୍ କିମ୍ବା ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ନ ଦେବାରୁ ଭବିଷ୍ୟତରେ ଓଡିଶା ପ୍ରତି ଅଧିକ ବିପଦ ଦେଖାଦେବା ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ପ୍ରକାଶ ।

ରିପୋର୍ଟ : ଭୂପତି କୁମାର ପରିଡା