ଜଳେଶ୍ୱର (ସମୃଦ୍ଧ ଓଡିଶା) ମିଳିତ ନିଶା ନିବାରଣ ମଂଚ (ମୋନା) ଜଳେଶ୍ୱର ଶାଖା ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ଦିଗମ୍ବରୀ ଦେବୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟରେ ଆର୍ନ୍ତଜାତୀୟ ମାଦକ ଦ୍ରବ୍ୟର ଦୁରୁପଯୋଗତଥା ଅବୈଧ କାରବାର ବିରୋଧ ଦିବସ ପାଳିତ ହୋଇ ଯାଇଛି । ଜଳେଶ୍ୱର ଶାଖା ସଭାପତି ଦିଲ୍ଲିପ ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଚେତନତା ସଭାରେ ରାଜ୍ୟ ତଥା କେନ୍ଦ୍ର ସରକାର ଏହି ନିଶା କାରବାରକୁ ବନ୍ଦ କରିବାପାଇଁ ଦୃଢ ପଦକ୍ଷେପ ନ ନେଲେ ଅକାଳରେ ବହୁ ଜୀବନ ଝଢି ପଡିବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ୧୯୫୬ ମସିହରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାସନ କାଳରେ ନିଶା ନିବାରଣ ଆଇନ୍ ପ୍ରଣୟନ ହୋଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ ବିଭିନ୍ନ ସ୍ଥାନରେ ଯୁବ ସମାଜ ଲକ୍ଷ୍ୟଭ୍ରଷ୍ଟ ହେବା ସଂଗେ ସଂଗେ ସମାଜରେ ଚୋରୀ, ଡକାୟତିୀ, ଲୁଣ୍ଠନ, ରାହାଜାନୀ, ଦୁଷ୍କର୍ମ ପ୍ରଭୃତି ଅପରାଧ ଘଟାଇବାରେ ସଫଳ ହେଉଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିବା ସଂଗେ ସଂଗେ ନିଶା ସେବନକାରୀଙ୍କୁ ସଚେତନ କରିବାକୁ ଆହ୍ୱାନ ଦେଇଥିଲେ । କେରଳ, ରାଜସ୍ଥାନ, ଗୁଜୁରାଟ ଓ ବିହାର ଭଳି ରାଜ୍ୟରେ ସରକାର ନିଶାକୁ ବେଆଇନ୍ ବୋଲି ଘୋଷଣା କରିଥିବା ବେଳେ ଓଡିଶା ସରକାର ମଦରୁ ବିପୁଳ ରାଜସ୍ୟ ପାଉଥିବାରୁ ମଦଦୋକାନ ଉଚ୍ଛେଦ କରିବାପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି । ସମାଜରୁ ଏହି କୁପ୍ରଥାକୁ ଉଚ୍ଛେଦ କରିବାପାଇଁ ବିଶେଷ କରି ମହିଳାମାନେ ଆଗେଇ ଆସିବା ପାଇଁ ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ରରେ ବରିଷ୍ଟ ଆଇନ୍ଜିବୀ ଜିତାଂଶୁ ଶେଖର ନନ୍ଦୀ, ସମାଜସେବୀ ଅରୁଣ କୁମାର ବେଜ, ଦିପ୍ତିମାନ ଆଚାର୍ଯ୍ୟ, ରବିନ୍ଦ୍ର ବାରିକ, ଶିକ୍ଷକ ନେତା ଅଜିତ୍ କୁମାର ମହାନ୍ତି, ଶଶାଙ୍କ ଶେଖର ମହାନ୍ତି, ପ୍ରଫୁଲ୍ଲ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ସୁକୁମାର ରଣା, ରବିନାରାୟଣ ପାତ୍ର, ସବିତା ଭୂୟାଁ ପ୍ରମୁଖ ଯୋଗ ଦେଇ ନିଷା ନିବାରଣର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ର ବଟକୃଷ୍ଣ ମହାନ୍ତି, ଶିବନ୍ ପୁଷ୍ଟି ଓ ଛାତ୍ରୀ ରଶ୍ମିତା ଜେନା ପ୍ରମୁଖ ଏହି ଆଲୋଚନା ଚକ୍ରରେ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ । ଶେଷରେ ଅନୁଷ୍ଠାନର ସଂପାଦିକା ମଧୁଛନ୍ଦା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୁପିତ କୁମାର ପରିଡା