ଜଳେଶ୍ୱରରେ ଏସଡିପିଓ ଭାବେ ଯୋଗ ଦେଲେ ସୁଦର୍ଶନ ଦାସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘଦିନର କଳ୍ପନା ଜଳ୍ପନାର ଅବସାନ ଘଟାଇ ଜଳେଶ୍ୱର ଏସଡିପିଓ ଭାବେ ସୁଦର୍ଶନ ଦାସ ଯୋଗ ଦେଇଛନ୍ତି । ସେ ଯୋଗ ଦେବାପରେ ଜଳେଶ୍ୱର ବାସୀ ତାଙ୍କଠାରୁ ନ୍ୟାୟ ଓ ଆଇନ୍ର ରକ୍ଷକ ଭାବେ କାର୍ଯ୍ୟ କରୁଥିବାର ଦକ୍ଷତା ଆଶା କରିଛନ୍ତି କାରଣ ସେ ୧୯୯୬ ମସିହାରୁ ୧୯୯ ମସିହା ପର୍ଯ୍ୟନ୍ତ ଜଳେଶ୍ୱର ଥାନାରେ ସବ୍ଇନିସପେକ୍ଟର (୨ୟ ଅଫିସର) ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ୨୦୦୪ ମସିହାରେ ସେ ଜଳେଶ୍ୱରରେ ଓଆଇସି ଭାବେ କାର୍ଯ୍ୟରେ ଯୋଗ ଦେଇ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ । ସେ ବାଲେଶ୍ୱର ଗୁଇନ୍ଦା ବିଭାଗର ଡିଏସପି ଓ ପରେ ବାଲେଶ୍ୱର କ୍ରାଇମ ବ୍ରାଞ୍ଚ ଡିଏସପି ଭାବେ କାର୍ଯ୍ୟକରି ଯଶସ୍ୱୀ ହୋଇ ପାରିଛନ୍ତି । ଜଳେଶ୍ୱରର ଉପାନ୍ତ ଅଂଚଳ ହୋଇଥିବାରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି, ରାହାଜାନୀ, ବ୍ୟାଙ୍କ ଡକାୟତି, ଚୋରୀ, କେତେକ ସାଧାରଣ ଲୋକେ ଆଇନ୍ର ଦୂରୁପୋଯୋଗ କରୁଥିବା ଯୋଗୁଁ ତାର କାର୍ଯ୍ୟାନୁଷ୍ଠାନ ଏପରିକି ବ୍ୟାପକ ମାଦକଦ୍ରବ୍ୟ କାରବାର ତଥା ଡ୍ରଗ୍ସର ହବ୍ ପାଲଟିଥିବା ଜଳେଶ୍ୱର ଅଂଚଳକୁ ସୁ-ଶାସନ ତଥା ପ୍ରଶାସନିକ ଦକ୍ଷତା କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ଜଳେଶ୍ୱରବାସୀ ଅପେକ୍ଷା କରି ରହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା