ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଜଳେଶ୍ୱରର ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ବାଲେଶ୍ୱର ଜିଲାସ୍ତରୀୟ ଡ୍ରାଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଳେଶ୍ୱର ଜୁନ୍ର ବରିଷ୍ଠ ସଭ୍ୟ ବିଷ୍ଣୁପଦ ମହାନ୍ତି ପୌରହିତ୍ୱ କରି ସୂଚନା ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଡ୍ରାଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ୍ରର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ମହାପାତ୍ର ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଔଷଧ ଦୋକାନୀମାନେ ସମ୍ମୁଖୀନ ହେଉଥିବା ସରକାରୀ ନିୟମ ଓ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ମାନଙ୍କର ଦୌରାତ୍ମ୍ୟର ଶୀକାର ଓ ତାର ନିରାକରଣ ଲାଗି ଏକତାର ଆବଶ୍ୟକତା ସଂପର୍କରେ କହିଥିଲେ । ମୁଖ୍ୟ ବକ୍ତାଭାବେ ବାଲେଶ୍ୱର ଡ୍ରାଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ୍ର ସଭାପତି ସିଦ୍ଧାର୍ଥ କୁମାର ଦାସ ଯୋଗ ଦେଇ ଔଷଧ କୋଦାନୀ ମାନଙ୍କର ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ କ୍ଷେତ୍ରମୋହନ ଗିରି, ଜିଲା ପୂର୍ବତନ ସଭାପତି ଆତ୍ମାରାମ ମହାପାତ୍ର, ସଂଘର ପ୍ରଶାସନୀକ ଅଧିକାରୀ ଉମେଶ ଚନ୍ଦ୍ର ପାତ୍ର, ସୁଦାମ ଚନ୍ଦ୍ର ଦାସ, ଗିରିଜା ଶଂକର ଦାସ, ଢେଙ୍କାନାଳ ଜିଲା ସାଧାରଣ ସଂପାଦକ ଦିଲ୍ଲିପ ରଥ, ସଂଘର ମୁଖପତ୍ରର ସଂପାଦିକା ବନଜା ମହାପାତ୍ର ଓ ଜଳେଶ୍ୱର ସଂଘର ସଭାପତି ହରିଶଂକର ରାଜ, ସାଧାରଣ ସଂପାଦକ ସମୀର କୁମାର ନନ୍ଦୀ ପ୍ରମୁଖ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି ଜଳେଶ୍ୱର ସଂଘର ବିଭିନ୍ନ କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଜିଲ୍ଲା ସଂଘର ଅନ୍ୟତମ ପ୍ରତିଷ୍ଠାତା କ୍ଷେତ୍ରମୋହନ ଗିରି, ବରିଷ୍ଠ ସଦସ୍ୟ ବିଷ୍ଣୁପଦ ମହାନ୍ତି, ରବିନାରାୟଣ ପଣ୍ଡା ଓ ସୁଦାମ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କରୁଣାକର ଭୂୟାଁ, ଅକ୍ତାର ଅଲ୍ଲି, ଅନୀଲ ପରିଡା, ଦୀପକ ତ୍ରୀପାଠୀ, ରାଜୀବ ଗୁପ୍ତା, ଦେବଦୁଲାଲ ମାଇତି, ଯଜେ୍ଞଶ୍ୱର ପାତ୍ର, ସମରେନ୍ଦ୍ର ଦାସ, ରତନ ସେଣ ପ୍ରମୁଖ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ । ଶେଷରେ ବାଳେଶ୍ୱର ସଂଘର କୋଷଧ୍ୟକ୍ଷ ସମୀର ଜଟାନିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା