
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜିଲାସ୍ତରୀୟ ଲୋକ ଅଦାଲତ ଥିବାରୁ ମୋଟ ୧୨୭ଟି ମାମଲା ପଠାଯାଇଥିଲା ବେଳେ ପ୍ରତିକୂଳ ପାଗ ଯୋଗୁଁ ବିଭିନ୍ନ ଅଭିଯୋଗକାରୀ ଆସି ପାରି ନ ଥିବାରୁ ମୋଟ ୧୦ଟି ମାମଲା ସମାଧାନ ହୋଇଥିବା ଜଣାଯାଇଛି । ଜଳେଶ୍ୱର ସବଜଜ୍ ବିଚାରପତି ଇନ୍ଦିରା ପ୍ରିୟଦର୍ଶନୀ ୩୦ଟି ମାମଲାରୁ ୫ଟି, ମୁନ୍ସଫ୍ ବିଚାରପତି ମାମି ବେହେରା ୩୦ଟି ମାମଲାରୁ ୨ଟି ଓ ଜେଏମ୍ଏଫସି ବିଚାରପତି ନିତିଶା ଚଣ୍ଡକ ୬୭ ମାମଲାରୁ ୩ଟି ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ଫଇସାଲା କରିଥିଲେ । ଏଥିରେ ୪ଲକ୍ଷ୨୮ହଜାର ଟଙ୍କା ଜୋରିମାନା ଏନ୍ଆଇ ଏକ୍ଟରେ ଆଦାୟ ହୋଇଥିବା ପ୍ରକାଶ ।
ରିପୋର୍ଟ : ଭୂପତି କୁମାର ପରିଡା