
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅଂଚଳରେ ବ୍ୟାପକ ଧଳା ଜହର କାରବାର ଦୀର୍ଘ ବର୍ଷରୁ ଚାଲି ଆସୁଥିବା ବେଳେ ନିକଟରେ କାର୍ଯ୍ୟରତ ଆଇଆଇସି ଧନେଶ୍ୱର ସାହୁଙ୍କର ଜଣେ ଧଳଜହର କାରବାରର ବ୍ୟବସାୟୀ ସହିତ ହୋଇଥିବା ଲିଙ୍କ ଜଣାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଳମ୍ବନ କରିବା ଓ ଏପରି ଏକ ସମ୍ବେଦନଶୀଳ ମାମଲାକୁ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିଥିବାରୁ ଜଳେଶ୍ୱରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର କୃତଜ୍ଞତା ଜଣାଇଛନ୍ତି । ଏହା ବ୍ୟତିତ ବାଲେଶ୍ୱର ଜିଲାର ଏସ୍ପି ଓ ଆଇଜିଙ୍କୁ ଶ୍ରୀ ପାତ୍ର ସାକ୍ଷାତ କରି ଜଳେଶ୍ୱରକୁ ଜଣେ ଦକ୍ଷ ଓ ନିରପେକ୍ଷ ପୋଲିସ୍ ଅଧିକାରୀ ନିଯୁକ୍ତି ପାଇଁ ଦାବି ଜଣାଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଆବଶ୍ୟକ ହେଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଅନ୍ୟସ୍ଥାନଭଳି ଜଳେଶ୍ୱରର ନିଳମ୍ବିତ ଆଇଆଇସିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରି ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପ୍ରତି ଦଣ୍ଡବିଧାନ କରାଯିବାକୁ ଶ୍ରୀ ପାତ୍ରଙ୍କ ଦାବି ସଂପର୍କରେ ବିଜେଡି ଦଳର ଟାଉନ୍ ସଭାପତି ସୁରଜିତ ଘୋଷ, ବ୍ଲକ ସଭାପତି ଭୁପତି ମିର୍ଦ୍ଧର ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀର ବିଜେଡିର ରାଜ୍ୟ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀପ କୁମାର ପ୍ରଧାନ, ବିଜୟ କାମିଳା, ସଂଜିବ ପାଳ, ସେକ୍ ଅବଦୁଲ ରହିମ୍, ମଧୁସୂଦନ ସେନାପତି, ବିଜୟ ରଣା, ରତ୍ୟବତୀ ଗିରି, ବିଶ୍ୱଭୂଷଣ ଦାସ, ସତ୍ୟରଂଜନ ଦାସ ମହାପାତ୍ର, ସଂଜିବ ପାଳ, ଆନନ୍ଦ କର, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।