ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ତାରିଖ ଆସନ୍ତା ଏପ୍ରିଲ ୨୯ତାରିଖ ଥିବା ବେଳେ ଆଜି ସଂଧ୍ୟା ୫ଟାରେ ବିଭିନ୍ନ ରାଜନୈତିକ ଓ ସ୍ୱାଧୀନ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ବିଜେଡି ଦଳ ପାଇଁ ରାଜ୍ୟ ଖଣି, ଇସ୍ପାତ ଓ ପୁର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଜେଡି ନେତା ସୁଧାକର ସାହୁ ପ୍ରମୁଖ ପ୍ରଚାର ମଂଗ ଧରିଥିବା ବେଳେ ବିଜେପି ପାଇଁ ପୂର୍ବତନ ପ୍ରଶାସକ ତଥା ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଜଳେଶ୍ୱରକୁ ଆସି ନିଜ ନିଜ ଦଳପାଇଁ ସାଧାରଣ ସଭା, କର୍ମୀ ସମ୍ମିଳନୀ, ରୋଡ ସୋ ଓ ପଥପ୍ରାନ୍ତ ସଭା କରିସାରିଛନ୍ତି । ସେହିପରି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ସିଆର୍ପିଏଫର ଏକ ପ୍ଲାଟୁନ ଫୋର୍ସ ୨ଦିନ ଧରି ଜଳେଶ୍ୱରରେ ଡେରା ପାକାଇଛନ୍ତି । ଗତକାଲି ସେମାନେ ଜଳେଶ୍ୱର ଥାନା ଏଏସ୍ଆଇ ସତ୍ୟନାରାୟଣ ବଳଙ୍କ ନେତୃତ୍ୱରେ ବଡବଜାର, ପଞ୍ଚୁଘଣ୍ଟା, ଗୋପ, ବିରିଷପୁର, ଲକ୍ଷ୍ମଣନାଥ, ଗୋବରଘଟ୍ଟା, ଅଗ୍ରୱାଲା ଛକ ଓ ଚନ୍ଦନା ଇତ୍ୟାଦି ସ୍ଥାନ ମାନଙ୍କରେ ଫ୍ଲାଗମାର୍ଚ୍ଚ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା