
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଆରକ୍ଷୀ ଅଧିକ୍ଷକ (ଏସ୍.ପି) ସୁଧାଂଶୁ ଶେଖର ମିଶ୍ରଙ୍କ ଚିଠି ନଂ ୩୦୮୬/୨୧ ମୂଳେ ମଙ୍ଗଳବାର ପୋଲିସ ବିଭାଗର କେତେକ ଅଦଳବଦଳ କରାଯାଇଛି । ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କୁ ବଦଳି କରାଯାଇ ଡି.ଆଇ.ବି ଇନିସ୍ପେକ୍ଟର ଭାବେ ନିଯୁକ୍ତ କରାଯାଇଥିବା ବେଳେ ପୋଲିସ ଜିଲା ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ରୋଜାଲିନ୍ ବେହେରାଙ୍କୁ ଆଜି ବୁଧବାର ଜଳେଶ୍ୱରରେ ନୂତନ ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି । ପଶ୍ଚିମବଙ୍ଗକୁ ଲାଗିଥିବା ଜଳେଶ୍ୱର ଏକ ଉପାନ୍ତ ଅଂଚଳ ହୋଇଥିବାରୁ ଏଠାରେ ଆନ୍ତରାଜ୍ୟ ଅପରାଧିକରଣ ଉପରେ ବିଶେଷ ଧ୍ୟାନ ଦେବେ ବୋଲି ସେ ଆଜି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି । ଜଳେଶ୍ୱର ନିଶାକାରବାରରେ ସମଗ୍ର ରାଜ୍ୟରେ ସରୋନାମା ପାଲଟିଥିବା ବେଳେ ଏହାକୁ କେତେପରିମାଣରେ ରୋକାଯାଇପାରିବ ତାହା ସାଧାରଣରେ ଆଲୋଚନା ହେଉଛି ।
ରିପୋର୍ଟ : ଭୂପତି ପରିଡା