ଜଳେଶ୍ୱରରେ ପଞ୍ଚାୟତ ସମିତି ବୈଠକ:ଅବସର ପୂର୍ବରୁ ବିଡିଓଙ୍କୁ ଦେଲେ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ପଞ୍ଚାୟତ ସମିତିର ୯ମ ବୈଠକ ବ୍ଲକ ସମ୍ମଳନୀ କକ୍ଷରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳେଇ ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକ ଅଶ୍ୱିନୀ ପାତ୍ର ଚିଠା ମୁତାବକ ଶିକ୍ଷା, କୃଷି, ଆର୍‌ଡି, ଓ ପୁର୍ତ୍ତ ବିଭାଗ ସଂପର୍କରେ ଆଲୋଚନା ଆରମ୍ଭ କରିଥିଲେ । ଶିକ୍ଷା ବିଭାଗର ବହୁ ପଦବୀ ଖାଲି ଥିବା, ଆର୍‌ଡି ଓ ପୁର୍ତ୍ତ ବିଭାଗ କାର୍ଯ୍ୟ ଆଗେଇ ପାରୁନଥିବା ସଂପର୍କରେ ଉପସ୍ଥିତ ସରପଞ୍ଚ, ସଦସ୍ୟ ଓ ଜିଲା ପରିଷଦ ମାନେ ଅଭିଯୋଗ ଆଣିଥିଲେ । ନିର୍ବାଚିତ ପ୍ରତିନିଧି ମାନଙ୍କୁ କେତେକ କ୍ଷେତ୍ରରେ ଅବହେଳା କରାଯାଉଥିବାରୁ ସେମାନେ ବୈଠକ ଛାଡି ଚାଲି ଯାଉଥିବାରୁ ଚଳିତମାସୀ ବିଡିଓଙ୍କର ଅବସର ଗ୍ରହଣ କରିବାର ଥିବାରୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ । ୨୨ଟି ବିଦ୍ୟାଳୟକୁ ଶିକ୍ଷା ବିଭାଗ ନୋଡାଲ ମାନ୍ୟତା ଦେଇଥିବା ବେଳେ ଅନ୍ୟଗୁଡିକ କାହିଁକି ବାଦ୍ ପଡିଛି ସେଥିଲାଗି ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏଥିରେ ତହସିଲଦାର କ୍ଷିରୋଦ କୁମାର ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ବିଇଓ ବିଜୟ କୁମାର ନାଥ, ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡ. ପ୍ରଭାସ ଚନ୍ଦ୍ର ନାୟକ, ଆର୍‌ଡିର ସହକାରୀ ନିର୍ବାହୀ ଯନ୍ତ୍ରୀ ଲମ୍ବୋଦର କର, ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି, ପ୍ରାଣୀଚିକିତ୍ସକ ସୁନିଲ କୁମାର ଭୂୟାଁ, ଉଦ୍ୟାନ ଅଧିକାରୀ ଅଜୟ କୁମାର ପ୍ରଧାନ, ଜିପିଓ ମାହାଧର ମଲ୍ଲିକ, ଡବ୍ଲ୍ୟୁଇଓ ସୁଜୟ କୁମାର ଚନ୍ଦ ଓ ଆର୍‌ଡି, ପୁର୍ତ୍ତବିଭାଗ ଓ କୃଷି ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ । ବିଡିଓ ଶ୍ରୀ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା