ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି ପ୍ରବଳ ବର୍ଷା ସହିତ ଘଡଘଡି ଘଟିଯାଇଛି । ଗତ ରାତିରେ ବର୍ଷା ହୋଇଥିବାରୁ ଜଳେଶ୍ୱର ସହରର ବିଭିନ୍ନ ସ୍ଥାରନରେ ବର୍ଷା ପାଣି ଜମି ରହିଛି । ଅମ୍ପନ ସୁପର ସାଇକ୍ଲୋନର ବର୍ଷା ପାଣି ଗ୍ରାମାଞ୍ଚଳରୁ ଶୁଖି ନ ଥିବା ବେଳେ ଆଜିର ବର୍ଷା ଗ୍ରାମାଞ୍ଚଳରେ କର୍ଦ୍ଦମାକ୍ତ ସୃଷ୍ଟି କରିଛି । ବର୍ଷା ଯୋଗୁଁ ପନିପରିବା ଚାଷୀଙ୍କୁ ଶକ୍ତ ଧକ୍କା ଲାଗିଛି । ଜଳେଶ୍ୱର ସହରର ପଶ୍ଚିମବାର୍ଡ ରାସ୍ତାର ଲେବୁଲକ୍ରସିଂ ନିକଟ ସ୍ଥାନ ବୁଡି ରହିଛି । ସେହିପରି ୱାର୍ଡ ନଂ୧, ୨, ୩, ୪, ୭, ୮, ୯, ୧୦, ୧୬ ଅଂଚଳରେ ବାଁପାଣି ଜମା ହୋଇ ରହିଛି । ବର୍ଷାଋତୁ ଆସିବା ପୂର୍ବରୁ ଜଳ ନିସ୍କାସନ ଲାଗି ଅତିଶୀଘ୍ର ଜଳେଶ୍ୱର ମ୍ୟୁନିସିପାଲଟିର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ଦାବୀ ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା