ଜଳେଶ୍ୱରରେ ବିଜେଡି ପକ୍ଷରୁ ବନ୍ଧୁ ମିଳନ ଉତ୍ସବ:ବିଧାୟକଙ୍କ ବିରୁଦ୍ଧରେ ବର୍ଷିଲେ ଦଳୀୟ ନେତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୧୯୮୪ ମସିହାଠାରୁ ପ୍ରଥମେ ବ୍ଲକ ଚେୟାର୍ମ୍ୟାନ୍ ଓ ୧୯୯୦ରୁ ୧୯୯୫ ଜଳେଶ୍ୱର ବିଧାୟକ ରୂପେ ନିର୍ବାଚିତ ହେବା ପରଠାରୁ ଦୀର୍ଘ ୩୫ବର୍ଷ ଧରି ଦଳୀୟ ରାଜନୀତି କରି ପ୍ରଥମେ ଜନତାଦଳ, ପରେ ବିଜେପି ଓ ଶେଷରେ ବିଜେଡି ଦଳରୁ ତିନି ତିନିଥର ବିଧାୟକ ରୂପେ ଜିତିବା ପରେ ମଧ୍ୟ ନିଜ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ବାରମ୍ବାର ଉପେକ୍ଷା କରିଆସିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ଲୋକଙ୍କୁ ଏକାଠି କରି କାର୍ଯ୍ୟକ୍ରମ କରୁଥିବା ବେଳେ ସେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷମାନଙ୍କ ଦ୍ୱାରା ପରିଚାଳିତ ହେବା, ଜଳେଶ୍ୱରରେ କତିପୟ ବ୍ୟକ୍ତିଙ୍କୁ ନେଇ ବିଭିନ୍ନ ସଭାସମିତିରେ ମଂଚାସୀନ କରାଇବା, ବିଭିନ୍ନ ସରକାରୀ ଯୋଜନାରେ ତାଙ୍କର ଦୃଢ ସମର୍ଥକମାନଙ୍କୁ ସାମିଲା କରାଯିବା ସ୍ଥଳେ ଅନ୍ୟମାନଙ୍କୁ ଅଣଦେଖା କରିବା ପ୍ରଭୃତି ଅଭିଯୋଗ ଆଜି ପୂର୍ବାହ୍ନରେ ଜଳେଶ୍ୱର ପୌରପରିଷଦ ଓ ବ୍ଲକ ଆନୁକୂଲ୍ୟରେ ବିଜେଡି ପକ୍ଷରୁ ସ୍ଥାନୀୟ ମୂରଲୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇ ନେତୃବୃନ୍ଦ ମତପ୍ରକାଶ କରିଛନ୍ତି । ବିଜେଡି ନେତା ଶ୍ରୀକଣ୍ଠ ମହାନ୍ତି ଓ ଯୁବନେତା ହରିଶ୍ଚନ୍ଦ୍ର ପରିଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଜେଡି ବ୍ଲକ ସଭାପତି ସୁଧିର କୁମାର ପାତ୍ରଙ୍କ ପୌରହିତ୍ୟ କରିଥିଲେ । ଏଥିରେ ପୂର୍ବତନ ସରପଂଚ ରମାନାଥ ଗିରି, ଅଶୋକ କୁମାର ଗିରି, ନାମ୍ପୋ ସରପଞ୍ଚ ସଞ୍ଜୟ କୁମାର ସୀଟ, ଖାଲିନା ସରପଞ୍ଚ ପ୍ରେମକାନ୍ତି ବାର୍ଲା, ପୂର୍ବତନ ସମିତିସ ସଭ୍ୟ ଅଶୋକ ଦାସ, ବିଜେଡି ଯୁବଶାଖା ବ୍ଲକ ସଭାପତି ଅରୁଣ କୁମାର ରାଉଳ, ଟାଉନ୍ ସଂଖ୍ୟାଲଘୁ ସେଲର ସଭାପତି ମୀର ଆବାସ୍ ଅଲ୍ଲି, ନାରୀନେତ୍ରୀ କନକଲତା ବିଶ୍ୱାଳ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ଖୋଲାଖୋଲି ବିଜୁ ଜନତାଦଳକୁ ଭଲ ପାଉଥିବା ବେଳେ ସ୍ଥାନୀୟ ବିଧାୟକଙ୍କ ଏତାଦୃଶ କାର୍ଯ୍ୟକଳାପ ସେମାନଙ୍କ ହୃଦୟକୁ କଠୋର ଆଘାତ ଦେଇଛି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ସୁକୁମାର ଟୁଡୁ, ଜୟନ୍ତ ଦେ, ଦିଲ୍ଲିପ ଶତପଥି, ପ୍ରଦୀପ ପ୍ରଧାନ, ପ୍ରଦୀପ ସାହୁ, ଅବଦୁଲ ସକିଲ ଖାଁ, ସେକ୍ ହାକିମ୍ , ଅଜୟ ଦାସ, ଅଶୋକ ଜେନା ପ୍ରମୁଖ ବହୁ ଦଳୀୟ ନେତୃବୃନ୍ଦ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ବ୍ଲକ ସଭାପତି, ଯୁବଶାଖା ସଭାପତି, ଟାଉନ୍ ସଂଖ୍ୟାଲଘୁ ସେଲ୍ର ସଭାପତି ଓ କିଛି ସରପଂଚଙ୍କ ସମେତ ବିଜେଡିର ଦଳୀୟ ନେତୃବୃନ୍ଦ ମାନେ ଖୋଲାଖୋଲି ବିଧାୟକଙ୍କୁ ବିରୋଧ କରିବା ଘଟଣା ଜଳେଶ୍ୱର ଅଂଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି ।

ରିପୋର୍ଟ : ଭୂପତି କୁମାର ପରିଡା