ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଜୁ ଜନତାଦଳର ଜନସଂପର୍କ ପଦଯାତ୍ରା ଲାଗି ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପରିଚାଳନରେ ଭଂଜ ଭବନଠାରେ ଏକ ପ୍ରସ୍ତୁତି ବୈଠକ ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଆରମ୍ଭରେ ଆସନ୍ତା ଗାନ୍ଧିଜୟନ୍ତୀ ଅକ୍ଟୋବର ୨ ତାରିଖରୁ ଜନସଂପର୍କ ପଦଯାତ୍ରା ହେବ ବୋଲି ବିଧାୟକ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜେଡି ସରକାରର ଲୋକାଭିମୁଖୀ କାର୍ଯ୍ୟ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏହି ଜନସଂପର୍କ ଯାତ୍ରାର ଉଦ୍ଦେଶ୍ୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜଳେଶ୍ୱର ପାଇଁ ପର୍ଯ୍ୟବେକ୍ଷକ ପୂର୍ବତନ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାଶ ପଦଯାତ୍ରା ପରିଚାଳନା କମିଟି ବାଲେଶ୍ୱର ଜିଲାର ଅଧ୍ୟକ୍ଷ ତଥା ବିଜେଡି ଉପସଭାପତି, ଆଇନଜୀବୀ ଭୁବନାନନ୍ଦ ଦାସ, ରେମୁଣାର ପୂର୍ବତନ ବିଧାୟକ ଓ ପଦଯାତ୍ରା କମିଟିର ସଦସ୍ୟ ସୁଦର୍ଶନ ଦାସ, ସୋରର ଅଶ୍ୱିନୀ ମହାପାତ୍ର, ବ୍ଲକ ଅଧ୍ୟାକ୍ଷା ସବିତାରାଣୀ ଦଳାଇ, ଉପଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ମ୍ୟୁନିସୀପାଲ୍ଟିର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ପୌରସଭାପତି ପ୍ରବୀର କୁମାର ପ୍ରଧାନ ଏଥିରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଂପାଦକ ଭୁପତି ମିର୍ଦ୍ଧା, ବରିଷ୍ଠ ନେତା ମାନସ ଜେନା, ଅରୁଣ କୁମାର ରାଉଳ, ମଧୁସୂଦନ ସେନାପତି, ଅଜୟ କୁମାର ମହାନ୍ତି, ଅର୍ଚ୍ଚନା ଗିରି, ପ୍ରତୀପ କୁମାର ପ୍ରଧାନ, ଗୋବିନ୍ଦ ସାହୁ, ଦିଲ୍ଲିପ ସାମଲ, ଜତିନ୍ଦ୍ର ମହାନ୍ତି, ବିଜୟ କାମିଳା, କାଳିଚରଣ ଦାସ, ନିତ୍ୟଗୋପାଳ ଦାସ, ବିଷ୍ଣୁପଦ ଦାସମହାପାତ୍ର, ରାଧାଶ୍ୟାମ ନାଥ, ରାଜେନ୍ଦ୍ର ପାତ୍ର, ରବିନ୍ଦ୍ର ରାୟ, ବିଶ୍ୱନାଥ ଦାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନିର୍ବାଚନଦ ମଣ୍ଡଳିର ଉତ୍ତର ଉପାନ୍ତ ଓଲମରା ପଂଚାୟତରୁ ଏହି ଜନସଂପର୍କ ପଦଯାତ୍ରା ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା