ଜଳେଶ୍ୱରରେ ବିଭିନ୍ନ ସ୍ଥାନରେ ସାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସାରଦୀୟ ଦୁର୍ଗାପୂଜାର ସପ୍ତମୀ ତିଥିରେ ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କର ପୂଜାର୍ଚ୍ଚନା ହୋଇଛି । ଶାନ୍ତି କମିଟିର ସିଦ୍ଧାନ୍ତ ଅନୁଯାୟୀ ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳାସହ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ମୃଣ୍ମୟୀ ଦେବୀଙ୍କର ଆଜି ସପ୍ତମୀ ପୂଜା ହୋଇଥିବା ବେଳେ ପୀଠ ଦେବୀଙ୍କର ଅଷ୍ଠମୀ ସନ୍ଧୀପୂଜା ଅନୁଷ୍ଠିତ ହୋଇଛି । ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜା ମଣ୍ଡପରେ ତୋରଣ ଓ ଆଲୋକ ସାଜସଜ୍ଜା ଆକର୍ଷଣୀୟ ହୋଇଛି । କେତେକ ସ୍ଥାନରେ ନିକଟସ୍ଥ ପଶ୍ଚିମବଂଗର ଢଙ୍ଗରେ ମୂର୍ତ୍ତୀନିର୍ମାଣ ଓ ପୂଜାପଦ୍ଧତି ହେଉଥିବା ବେଳେ ଅନ୍ୟକେତେକ ସ୍ଥାନରେ ଓଡିଆ ନିତୀ ନିୟମରେ ଦେବୀଙ୍କର ପୂଜାର୍ଚ୍ଚନା ଚାଲିଛି । ଆଜି ଉତ୍ତର ବାଲେଶ୍ୱରର ପ୍ରସିଦ୍ଧ ଲକ୍ଷ୍ମଣନାଥଗଡ ଦୁର୍ଗାପୂଜା ବହୁ ଆଡମ୍ବରରେ ଆରମ୍ଭ ହୋଇଛି । ଏହା ବ୍ୟତିତ ଜଳେଶ୍ୱର ଷ୍ଟେସନ ବଜାର, ନୂଆବଜାର, ବଡବଜାର, ବସ୍ଷ୍ଟାଣ୍ଡ, ହାଟପଡିଆ, ଶିଖରପୁର, ଚମାରଗାଁ, ରାଇବଣିଆ, ଓଲମରା, କୁଅଁରପୁର, ମାକିଡିଆ, ଖୁଆଡ, ବରଡିହା, ଆମ୍ବଳିଅଠା, କାଶିଡିହା, ସୁଗୋ, ସିମୁଳିଆ, ନାମ୍ପୋ, ଡେମୁରିଆ, କମାରଶାଳିଆ, ଶାଳିକୋଠା, ଛମୌଜ, ବର୍ତ୍ତନା, ଖୁଲୁଡା, ଦେବକୁମାର, ପଶ୍ଚିମବାର୍ଡ, ଖାଲିନା, ଝାଡପିମ୍ପଳ, ବାଇଗଣବାଡିଆ, ମହମ୍ମଦନଗରପାଟଣା, ଚାଲନ୍ତି, ଆର୍ଡି ଅଫିସ୍ପାଖ, ଅଗ୍ରୱାଲାଛକ, ଲକ୍ଷ୍ମଣନାଥ ରୋଡ, ଷ୍ଟେସନ ରୋଡ, ଦକ୍ଷିଣ ପ୍ରହରାଜପୁର, ସର୍ଦ୍ଦାରବନ୍ଧ, ରାୟାଁରାମଚନ୍ଦ୍ରପୁର, ଶ୍ୟାମନଗର, କୋଟସାହି ପ୍ରଭୃତି ସ୍ଥାନମାନଙ୍କରେ ବହୁ ଆଡମ୍ବରରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି । ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ସ୍ଥାନମାନଙ୍କରେ ମୁତୟନ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା