ଜଳେଶ୍ୱରରେ ବୋଇତ ବନ୍ଦାଣ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍କଳର ପରମ୍ପରା ଓ ନୌବାଣିଜ୍ୟର ଇତିହାସକୁ ସ୍ମରଣ କରିବା ପାଇଁ ପ୍ରତି ବର୍ଷ ପରି ଚଳିତ ବର୍ଷ ଦିଗମ୍ବରୀଦେବୀ ଗ୍ରୁଫ ଅଫ ଇନିଷ୍ଟିଚ୍ୟୁସନ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ବାସନ୍ତୀ ପଡିଆଠାରେ ଥିବା ଆଇଟିଆଇ ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ. ଅଜିତ୍ କୁମାର ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିରୂପେ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ମୁଖ୍ୟବକ୍ତା ରୂପେ ପ୍ରାଧ୍ୟାପକ ଜୟନ୍ତ କୁମାର ଦାସ, ସମ୍ମାନୀତ ଅତିଥି ରୂପେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଜେନା, ଜଳେଶ୍ୱର ମହୋତ୍ସବ କମିଟି ସଭାପତି ଶିଶିର କୁମାର ହୁଇ, ଜିଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା, ଓଷ୍ଟା ରାଇବଣିଆ ମଣ୍ଡଳ ସମ୍ପାଦକ ବଂଶୀଧର ବାରିକ, ରୋଟାରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆ ସମ୍ପାଦକ ଅଧ୍ୟାପକ ନିଳକଣ୍ଠ ଖଣ୍ଡା, ଅବସରପ୍ରାପ୍ତ ସମବାୟ ସମ୍ପ୍ରସାରଣ ଅଧିକାରୀ ଶରତ ଚନ୍ଦ୍ର ପରିଡା, ବରିଷ୍ଠ ସାମ୍ବାଦିକ ଘନଶ୍ୟାମ ଗିରି ପ୍ରମୁଖ ଯୋଗ ଦେଇ ଏହି ବୋଇତ ବନ୍ଦାଣ ଉତ୍ସବ ପାଳନର ଅଭିପ୍ରାୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । କବି ଜଳଧର ଭଂଜ ନିଜର ସ୍ୱରଚିତ କବିତା ଆବୃତି କରିଥିବା ବେଳେ ଅଭିଶ୍ୱେତା ମହାନ୍ତି ଏକ ଭଜନ ପରିବେଶଣ କରିଥିଲେ । ପରେ ପରେ ପ୍ରଶିକ୍ଷକ ସୁଜୟ କୁମାର ବ୍ରହ୍ମ ଓ ଆଇଟିଆଇର ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ଏକ ସୁ-ସଜ୍ଜିତ ବୋଇତକୁ ବିରାଟ ପଟୁଆରରେ ଶଂଖ ଧ୍ୱନୀ, ଘଣ୍ଟା, ଝାଲିର ତାଳେତାଳେ ଇତିହାସ ପ୍ରସିଦ୍ଧ ଡିଷ୍ଟ୍ରିକ୍ଟବୋର୍ଡ ପୋଖରୀରେ ବନ୍ଦାପନା କରାଯାଇ ଭସାଯାଇଥିଲା । ଅନୁଷ୍ଠାନର ସମ୍ପାଦିକା ମଧୁଛନ୍ଦା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେବାଶିଷ ଦାସ, ମାନସ ମାଇତି, ଗେସରଗୋପାଳ ପରିଡା, ପ୍ରକାଶ ଦିନ୍ଦା, ରଂଜନ ଦେ, କବିତା ବେହେରା, ଅମିତା ଜେନା, ରଂଜିତା ଦାସ, ସସ୍ମିତା ସାହୁ, ଲକ୍ଷ୍ମିପ୍ରିୟା ଦାସ ପ୍ରମୁଖ ପ୍ରଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା