ଜଳେଶ୍ୱର (ସମୃଦ୍ଧ ଓଡିଶା) ଜିଲା ପ୍ରଶାସନ ଓ ପଂଚାୟତ ରାଜ ବିଭାଗ ଆନୁକୂଲ୍ୟରେ ଓଡିଶା ଜିବୀକା ମିଶନ, ଜଳେଶ୍ୱର ଶାଖା ଦ୍ୱାରା ପରିଚାଳିତ ଏକ ଦିବସବ୍ୟାପି ବ୍ଲକ ସ୍ତରୀୟ ଆତ୍ମନିଯୁକ୍ତ ପରାମର୍ଶ ଶିବିର ଆଜି ପୂର୍ବାହ୍ନରେ ବ୍ଲକ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଉଦଘାଟନ କରି ଗ୍ରାମାଞ୍ଚଳ ଶିକ୍ଷିତ ଯୁବକ ଯୁବତୀ ମାନଙ୍କର ଆତ୍ମ ନିଯୁକ୍ତି ପାଇଁ ସରକାରଙ୍କର ଏହି ପଦକ୍ଷେପକୁ ଭୂୟିଅସି ପ୍ରଶଂସା କରିଥିଲେ । ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ ଏହି କାର୍ଯ୍ୟକୟମରେ ଅଧ୍ୟକ୍ଷତା କରି ଜଳେଶ୍ୱର ବ୍ଲକ ପାଇଁ ୨୦୧୮-୧୯ ଆର୍ଥୀକ ବର୍ଷ ପାଇଁ ୮୭୫ ଜଣ ହିତାଧିକାରୀ ଚିହ୍ନଟ କରାଯାଇଥିବା ବେଳେ ୨୪୫ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ୧୨୧ଜଣ ହିତାଧିକାରୀ କର୍ମସଂସ୍ଥାନ ପାଇସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୭୫ ହିତାଧିକାରୀ ଚିହ୍ନଟ କରାଯିବା ସଂଗେ ସଂଗେ ୨୨୩ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ ଓ ୧୯୧ଜଣଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ । ଓରମାସ ପକ୍ଷରୁ ବ୍ଲକର ବିଭିନ୍ନ ଅଂଚଳର ୧୫ରୁ୩୫ବର୍ଷ ବେକାର ଯୁବକ ଯୁବତୀ ମାନଙ୍କୁ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି ସେ ଏହି ଅବସରରେ କହିଥିଲେ । ଜିଲା ସଂଯୋଜକ (ଦକ୍ଷତା) ରାମଚନ୍ଦ୍ର ପରିଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ବର୍ଗର ପ୍ରଶିକ୍ଷଣ ପାଇ ବେକାର ଯୁବକ ଯୁବତୀମାନେ ମାସିକ ୬ହଜାରରୁ ୧୫ହଜାର ଟଙ୍କା ଆୟ କରିପାରିବେ ବୋଲି ପ୍ରକାଶ କରିଥିଲୋ । ଶେଷରେ ଜଳେଶ୍ୱର ବ୍ଲକ ସଂଯୋଜକ ତାପସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା