ଜଳେଶ୍ୱର (ସମୃଦ୍ଧ ଓଡିଶା) ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ ଦିନ ହୋଇଥିବା ପ୍ରଳୟଙ୍କାରୀ ମହାବାତ୍ୟାକୁ ସ୍ମରଣ କରିବା ପାଇଁ ଓସ୍ଡମା ଭୁବନେଶ୍ୱର ପକ୍ଷରୁ ଜଳେଶ୍ୱର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଲାଇଫ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଏକ ବୈଠକ ବିଡିଓ ନିତ୍ୟାନନ୍ଦ ସାହୁଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷା ସମିତାରାଣୀ ଦଳେଇ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜିଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୂୟାଁ ପ୍ରମୁଖ ଯୋଗ ଦେଇ ଏହି ଭୟାବହ ମହାବାତ୍ୟା ସଂପର୍କରେ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଲାଇଫ ସ୍ୱେଚ୍ଛାସେବୀ ସଂଗଠନର ସଂପାଦକ ତ୍ରିଲୋଚନ ଗିରି, ଜଳେଶ୍ୱର ବ୍ଲକର ୨୬୮ଟି ଗ୍ରାମ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୭୦ଟି ଗ୍ରାମକୁ ନେଇ ଏକ ଭିଏଲ୍ଡିଏମ୍ ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ସତ୍ୟଶୋଭନ ମିଶ୍ର ଓ ପଦ୍ମଲୋଚନ ବେହେରା, ସମିତି ସଭ୍ୟ ସଂଜୟ ମହାନ୍ତି ଓ ରାଜେନ୍ଦ୍ର ପାତ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ମହାବାତ୍ୟା ସମୟରେ ମୃତ୍ୟୁବରଣ କରିଥିବା ଦିବଂଗତ ଆତ୍ମାର ସ୍ମୃତି ଉଦ୍ଦେଶ୍ୟରେ ୧ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା