ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରରେ ଗୁଣାତ୍ମକ ମାନର ସିବିଏସ୍ଇ ପାଠ୍ୟକ୍ରମ ଲାଗି ଜଳେଶ୍ୱରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଲାଗି ଆଜି ଜଳେଶ୍ୱରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସହିତ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦୀର୍ଘବର୍ଷ ଧରି ଜଳେଶ୍ୱରରେ ଏପରି ବିଦ୍ୟାଳୟ ଲାଗି ଦାବି ହୋଇ ଆସୁଥିଲା । ଗତ କିଛିଦିନ ତଳେ ଜଳେଶ୍ୱରର ବହୁ ନେତୃସ୍ଥାନୀୟ ବ୍ୟକ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲିଖିତଭାବେ ଦାବି କରିଥିବା ବେଳେ ଗତ ଶୁକ୍ରବାର ଅନ୍ୟକେତେକ ବ୍ୟକ୍ତିବିଶେଷ ସାଂସଦ ଶ୍ରୀ ଷଡଙ୍ଗୀଙ୍କୁ ଭେଟି ଉପାନ୍ତ ଅଂଚଳରେ ଏପରି ବିଦ୍ୟାଳୟର ଆବଶ୍ୟକତା ସଂପର୍କରେ ଦାବି କରିଛନ୍ତି । ସର୍ବଶ୍ରୀ ପ୍ରବୀର କୁମାର ପ୍ରଧାନ, ଅଶୋକ କୁମାର ଜେନ, ଶାନ୍ତନୁ ପଟ୍ଟନାୟକ, ସମୀର ପାତ୍ର, ଫାଲଗୁନୀ ପାଣିଗ୍ରାହୀ, ସୁବ୍ରତ ବେରା ପ୍ରମୁଖ ବହୁ ବ୍ୟକ୍ତି ସାଂସଦଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଓଡିଶାର ପ୍ରବେଶଦ୍ୱାର ଜଳେଶ୍ୱରରେ ଏହାର ଆବଶ୍ୟକତା ସଂପର୍କରେ ସାଂସଦ ଉପଲବ୍ଧି କରିବାପରେ ମାନ୍ୟବର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଆଲୋଚନା କରିଛନ୍ତି । ଏଠାରେ କେନ୍ତ୍ରୀୟ ବିଦ୍ୟଳୟ ପ୍ରତିଷ୍ଠା ହେଲେ ଉତ୍ତର ବାଲେଶ୍ୱରର ଜଳେଶ୍ୱର, ଭୋଗରାଇ, ରାଇବଣିଆ, ବସ୍ତା, ବାଲିଆପାଳ, ମୟୂରଭଂଜ ରାସଗୋବିନ୍ଦପୁର, ଖୁଣ୍ଟା, ବୈଶିଙ୍ଗା ଓ ପଶ୍ଚିମ ବଂଗର ଦାନ୍ତୁନ, ମୋହନପୁର, ନୟାଗ୍ରାମ, ଏଗ୍ରା ଅଂଚଳ ଉପକୃତ ହୋଇ ପାରିବ ।
ରିପୋର୍ଟ : ଭୂପତି ପରିଡା