ବ୍ରହ୍ମପୁର (ଦାମୋଦର ପାଢ଼ୀ ) ସେବାୟତ ସମାଜର ଏକ ନିଆରା ପରମ୍ପରା ହେଉଛି ଜହ୍ନିଓଷା । ଯାହାକୁ ମଧ୍ୟ ବଳିପୂଜା ଵୋଲି କୁହାଯାଏ । ଜହ୍ନିଓଷା ପୂଜାକରି କୁମାରୀ ମାନେ ଭବିଷ୍ୟତରେ ଭଲ ଗୁଣଵନ୍ତ ସ୍ୱାମୀ ପାଇବା ଲାଳସାରେ ଏହି ବ୍ରତ ପାଳନ କରିଥାନ୍ତି । ଆଶ୍ଵିନ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ମାର୍କଣ୍ଡେଶ୍ୱର ପୁଷ୍କରିଣୀକୁ ଋଷିଗଣଙ୍କୁ ପୂଜା କରିବାକୁ ଯାଇଥାନ୍ତି । ସନ୍ଧ୍ୟା ରେ ଜହ୍ନିଫୁଲ ଓ ଫଳଆଦି ବଳିପୂଜା କରିସାରିବା ପରେ ଚନ୍ଦ୍ର ଦର୍ଶନ କରି ମହାପ୍ରସାଦ ଭୋଜନ କରି ଏହି ବ୍ରତ ପାଳନ କରିଥାନ୍ତି । ଓଡ଼ିଶାର ଗଂଜାମ ଜିଲ୍ଲାରେ ପ୍ରାୟତଃ ଜହ୍ନିଓଷା ପାଳନ ଗାଁଗାଁରେ ଦେଖିବାକୁ ମିଳିଥାଏ । କୁଆଁରୀ ଝିଅମାନେ ମିଳିମିଶି ଏକ ଗୋଷ୍ଠୀ ହୋଇ ଭାଦ୍ରବ ପୂର୍ଣ୍ଣମାରେ ଜହ୍ନିଓଷା ବ୍ରତ ଆରମ୍ଭ କରିଥାନ୍ତି। ଏହା କୁମାର ପୁର୍ଣିମା ପର୍ଯ୍ୟନ୍ତ ଚାଲିଥାଏ। ତୁଳସୀ ଗଛକୁ ବୃନ୍ଦାବତୀ ରୂପେ ସ୍ଥାପନ କରି କୁମାରୀ ଝିଅ ମାନେ ଭାଦ୍ରବ ପୂର୍ଣ୍ଣମାଦିନ ସକାଳୁ ଏହି ବ୍ରତ ପାଳନ ଆରମ୍ଭ ହୁଏ। ଲକ୍ଷ୍ମୀ ପୂଜାଦିନ ଅର୍ଥାତ କୁମାର ପୂର୍ଣ୍ଣମୀ ସନ୍ଧ୍ୟାରେ ଏହି ଓଷାକୁ ବିସର୍ଜନ କରାଯାଇଥାଏ ।
ଶାକ୍ତଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା କାହାକୁ କୁହାଯାଏ ଦେଖନ୍ତୁ…
ଜଗନ୍ନାଥ ଧାମରେ ବର୍ଷରେ ୪ ଟି ଗୁଣ୍ଡିଚା ପାଳନ କରାଯିବାର ପରମ୍ପରା ରହିଛି ।ସେହି ଗୁଣ୍ଡିଚା ଯାତ୍ରା ଗୁଡିକ ହେଲା ଯଥା ଭାଇ ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା, ମହାଲକ୍ଷ୍ମୀଙ୍କୁ କଥା ଦେଇଥିବା କାରଣରୁ ଆଶ୍ଵିନ ମାସରେ ଶାକ୍ତଗୁଣ୍ଡିଚା, ଜ୍ୟୈଷ୍ଠ ମାସରେ ଶୈବ ଗୁଣ୍ଡିଚା ଯାହାକୁ ଶୀତଳଷଷ୍ଠୀ କୁହାଯାଏ ଓ ଚୈତ୍ର ମାସରେ ସୌର ଗୁଣ୍ଡିଚା (ଋକ୍ମଣୀ ରଥ) ପାଳିତ ହୋଇଥାଏ ।ଏହି ଶାକ୍ତ ଗୁଣ୍ଡିଚାରେ ଶ୍ରୀ ମାଧବ ଜଗନ୍ନାଥଙ୍କ ସ୍ବରୂପରେ ଓ ଶ୍ରୀଦୁର୍ଗା ମହାଲକ୍ଷ୍ମୀଙ୍କ ସ୍ବରୂପରେ ବନ୍ଧାହୋଇ ଆଶ୍ଵିନ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଆଠଦିନ ଧରି ବିମଳା ମନ୍ଦିରରେ ଓ ବାକି ଆଠଦିନ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରରେ ଷୋଳପୂଜା ପାଳନ କରାଯାଇଥାଏ ।ଏହାର ଅନେକ ବିଧାନ ମଧ୍ୟ ରହିଛି । ଶକ୍ତଗୁଣ୍ଡିଚାରେ ଦୁର୍ଗାମାଧବ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ଯାଇଥାନ୍ତି । ଯାହାକୁ ଗୁପ୍ତ ଗୁଣ୍ଡିଚା କୁହାଯାଏ । ନବଦିନାତ୍ମକ ପତିତପାବନ ଘୋଷଯାତ୍ରାରେ ମହାଲକ୍ଷ୍ମୀଙ୍କୁ ନ ନେଇ ଜନ୍ମ ଏନ୍ତୁଡିଶାଳ,ବା ଆଡପମଣ୍ଡପକୁ ଭାଇ ବଳଭଦ୍ର, ଭଗ୍ନୀ ସୁଭଦ୍ରାଙ୍କ ସୁଦର୍ଶନ ସହ ଚାଲିଯାଇଥିଲେ । ନୀଳାଦ୍ରୀବିଜେ ସମୟରେ ରସଗୋଲା,ଶାଢୀ,ପାଟ ଦେଇ ମହାଲକ୍ଷ୍ମୀଙ୍କୁ ମନାଇଲେ ମଧ୍ୟ ସିଂହଦ୍ୱାର କବାଟ ଖୋଲିଲେ ନାହିଁ । ଶେଷରେ ଶ୍ରୀଜଗନ୍ନାଥ ପୁଣିଥରେ କେବଳ ମହାଲକ୍ଷ୍ମୀଙ୍କୁ ନେଇ ଗୁଣ୍ଡିଚା ଯାତ୍ରାରେ ବୁଲାଇନେବାର ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ଗୁପ୍ତ ବା ଶାକ୍ତ ଗୁଣ୍ଡିଚା କୁହାଯାଏ । କିନ୍ତୁ ଏହା ରଥରେ ନହୋଇ ଦାରୁ ବିଗ୍ରହ ନ ଆସି ମହାପ୍ରଭୁଙ୍କ ବିଜେ ପ୍ରତିମା ପାଲିଙ୍କିରେ ମାଧବ ଆସିଥାନ୍ତି।