ଆମ ଶରୀରର ପାଇଁ ଗରମ ପାଣି ଲାଭଦାୟକ ହୋଇଥାଏ । ଗରମ ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଗରମ ପାଣି ପିଇବା ଦ୍ଵାରା ଶରୀରରେ ଥିବା ସବୁ ବ୍ୟାକ୍ଟେରିଆ ବାହାରକୁ ବାହାରି ଯାଏ ଏବଂ ଶରୀରର ଥିବା ଚର୍ବି ମଧ୍ୟ କମି ଯାଏ ଯାହା ଦ୍ୱାରା ମଣିଷ ଫିଟ ଅନୁୁଭବ କରିଥାଏ । ସକାଳେ ଗରମ ପାଣି ପିଇବା ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଇଲେ ଅଧିକ ଲାଭ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ରାତିରେ ଗରମ ପାଣି ପିଇବା ଦ୍ଵାରା କ’ଣ ସବୁ ଫାଇଦା ମିଳିଥାଏ । ସବୁଦିନ ରାତ୍ରି ଭୋଜନର ଅଧ ଘଣ୍ଟା ପରେ ଗୋଟିଏ ଗ୍ଳାସ ଗରମ ପାଣି ପିଇବା ଦ୍ଵାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ । ରାତିରେ ଉଷୁମ ପାଣି ପିଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣରେ ରହିବା ସହ ହୃଦ୍ଘାତର ଆଶଙ୍କା ଅନେକ ପରିମାଣରେ କମିଯାଏ । ସବୁ ଦିନ ରାତିରେ ଖାଦ୍ୟ ଖାଇସାରିବା ପରେ ଏକ ଗ୍ଲାସ୍ ଉଷୁମ ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରରେ ଥିବା ଅତିରିକ୍ତ ଚର୍ବି କମିଥାଏ । ଅଳ୍ପ ଚାଲିବା ଦ୍ୱାରା ଯଦି ଆପଣଙ୍କ ଗୋଡ଼ ଦରଜ ହେଉଛି କି ଫୁଲି ଯାଉଛି ତେବେ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଅନ୍ତୁ ଦେଖିବେ ଗୋଡ଼ ଦରଜ କମିଯିବ । ଯଦି ଆପଣଙ୍କୁ ଥଣ୍ଡା ହୋଇଯାଇଛି ତେବେ ଆପଣ ରାତିରେ ଗରମ ପାଣି ପିଇବା ଦ୍ଵାରା ବହୁତ ଭଲ ଲାଗିବ । ପ୍ରତ୍ୟେକଦିନ ରାତିରେ ନିୟମିତ ଭାବେ ଉଷୁମ ପାଣି ପିଇବା ଦ୍ୱାରା ତ୍ୱଚା ସହ ଏହା ଆପଣଙ୍କର କେଶ ଜନିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।