ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଜାତୀୟ ଆଇନ ସେବା ପ୍ରାଧିକରଣର ‘ଶିଶୁ ମିତ୍ର ଆଇନ ସେବା ଶିଶୁ ମାନଙ୍କ ପାଇଁ ଏବଂ ସେମାନଙ୍କ ସୁରକ୍ଷା’ ଯୋଜନା-୨୦୧୫ର ତଦାରଖ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରୋଦ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଅରୁଣ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଢେଙ୍କାନାଳ ଅନୁରାଧା ଗୋଶ୍ୱାମି, ମାନସିକ ସ୍ୱାସ୍ଥ୍ୟ ସମିତି ଅଧିକାରୀ ଶ୍ରୀମତୀ ସୋମାଲୀ ସାହୁ, ଶିଶୁ ମଙ୍ଗଳ କମିଟିର ସଦସ୍ୟ ପ୍ରତାପ ଆଚାର୍ଯ୍ୟ ଓ PLV କବିତା ବେହେରାଙ୍କ ମିଳିତ ସହଯୋଗରେ ଢେଙ୍କାନାଳ ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ କାଠଗଡ଼ା ସ୍ଥିତ ‘ସା’ ଖୋଲା ଆଶ୍ରମ ସ୍ଥଳୀକୁ ଅଚାନକ ଭାବରେ ପରିଦର୍ଶନ କରିଛନ୍ତି । ପରିଦର୍ଶନ ବେଳେ ଦେଖିବାକୁ ପାଇଥିଲେ କି ସେଠାରେ ଦୁଇ ଜଣ ମାନସିକ ବିକାର ଗ୍ରସ୍ଥ ପିଲା ଜଣେ ପୁଅ ଓ ଜଣେ ଝିଅ ଢେଙ୍କାନାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିର୍ଦ୍ଧେଶ କ୍ରମେ ସେଠାରେ ରହୁଥିଲେ । ସେଠାରେ ମାନସିକ ବିକାର ଗ୍ରସ୍ଥ ପିଲା ରହିବା ଦ୍ୱାରା ସେଠାରେ ରହୁଥିବା ଅନ୍ୟ ସୁସ୍ଥ ପିଲାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ଏହା ଆଶ୍ରୟ ସ୍ଥଳୀ ନିୟମର ଉଲଂଘନ ହେଉଛି ବୋଲି ପରିଦର୍ଶନ କରିଥିବା ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି । ସେମାନଙ୍କ ଖାଦ୍ୟ ପାନୀୟ ଉପରେ ମଧ୍ୟ ତଦାରଖ କରିଥିଲେ ଏବଂ ସେହି ଦୁଇଜଣ ମାନସିକ ବିକାର ଗ୍ରସ୍ଥ ପିଲାଙ୍କୁ ସଠିକ ଅନୁଧ୍ୟାନ କରି ଉପଯୁକ୍ତ ସ୍ଥାନରେ ଥଇଥାନ କରିବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ନିର୍ଦ୍ଧେଶ ଦିଆଯାଇଛି ।
ରିପୋର୍ଟ : ଶୁଭମ କୁମାର ପାଣି