ଜାତୀୟ ପ୍ରେସ ଦିବସରେ ଟିକା ଗ୍ରହଣ କଲେ ବହୁ ସାମ୍ବାଦିକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜାତୀୟ ପ୍ରେସ ଦିବସରେ ଟିକା ନେଲେ ସାମ୍ବାଦିକମାନେ । ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ କୋଭିଡ୍ ମୁକାବିଲା ନିମନ୍ତେ ଅହରହ କାର୍ଯ୍ୟ କରୁଛନ୍ତି । ଗତବର୍ଷ କୋଭିଡ୍ ସମୟରେ ବହୁ ସାମ୍ବାଦିକ ପ୍ରାଣ ହରାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲାରେ ବହୁ ସାମ୍ବାଦିକ କୋଭିଡ୍ ଆକ୍ରାନ୍ତରେ ଶିକାର ହୋଇ ମୃତ୍ୟୁ ଘଟିଛି । ଗତକାଲି ରାଜ୍ୟ ସରକାର ସାମ୍ବାଦିକଙ୍କୁ ଆଗ ଧାଡିର କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ ଯେ, ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ସାମ୍ବାଦିକ ତଥା କୋଭିଡ୍ ଯୋଦ୍ଧାମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ କୋଭିଡର ପ୍ରଥମ ଡୋଜ୍ ଟିକା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ହୋଇ ଶୁଭାରମ୍ଭ କରିଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଯୁବ ସାମ୍ବାଦିକ ବସନ୍ତ୍ କୁମାର ମହାରଣା, ସନ୍ତୋଷ କୁମାର ପାଢି, ପ୍ରଶାନ୍ତ କୁମାର ମହାରଣା ଓ ନିମାଇଁ ଚରଣ ପଣ୍ଡାଙ୍କ ସମେତ ଛତ୍ରପୁର ବ୍ଲକର ସମସ୍ତ ସାମ୍ବାଦିକ ମାନଙ୍କୁ ଆଜି ଟିକା ପ୍ରଦାନ କରାଯାଇଛି । ଏହି ଟିକା ପ୍ରଦାନ କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସୁପରିଟେଣ୍ଟେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ବହୁ ମେଡିକାଲ କର୍ମଚାରୀମାନେ ରହି ସାମ୍ବାଦିକମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସରୋଜ ସାମଲ, ଦିଲ୍ଲୀପ ସାମଲ, କ୍ଷିରୋଦ ଚନ୍ଦ୍ର ସାହୁ, ସୁଧିର ନାହାକ, ସୁଜୟ ସୁପ୍ରକାଶ ଧଳ, ସନ୍ତୋଷ କୁମାର ସାହୁ, ଅଜିତ୍ କୁମାର ସ୍ୱାଇଁ, ରବିନ୍ଦ୍ର କୁମାର ନାହାକ, ଦେବବ୍ରତ ପଣ୍ଡା, ଜିତେନ୍ଦ୍ର ନାୟକ, ବିରେନ୍ ରାଉଳ, ଇଜୁ ଆମିନ୍ ଖାନଙ୍କ ସମେତ ବହୁ ସାମ୍ବାଦିକ ତଥା ପେପର ମିଡିଆ ଓ ଇଲେକ୍ଟ୍ରୋନିକ୍ ମିଡିଆ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।