ଜଳେଶ୍ଵର (ସମୃଦ୍ଧ ଓଡିଶା) ଜାତୀୟ ରାଜପଥ ଉପରୁ ମିଳିଲା ବସ୍ତା ବସ୍ତା ଟଙ୍କା, ଯିଏ ଯେତେ ପାରିଲା ବୋହି ନେଇ ଗଲେ ଟଙ୍କା, ଜଣେ ୧୦୮ ଡ୍ରାଇଭରଙ୍କୁ ବି ମିଳିଛି କିଛି ବସ୍ତା ଟଙ୍କା ଓ ସେ ସେହି ଟଙ୍କାକୁ ଜଳେଶ୍ଵର ଥାନାରେ ଜମା ଦେଇଥିବା ଜଣା ପଡ଼ିଛି l ଏ ଭଳି ଘଟଣା ଦେଖିବାକୁ ମିଳିଛି ହଳଦିପଦା ନିକଟ ୧୬ ନମ୍ବର ଜାତୀୟ ରାଜପଥ ରେ l ଏହି ବସ୍ତା ଗୁଡ଼ିକୁ ଦେଖି ଯିଏ ଯାହା ପାରିଲେ ବୋହି ନେଇ ଯାଇଥିବା ଜଣାପଡ଼ିଛି l ଜଳେଶ୍ଵରରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ରୋଗୀ ଛାଡ଼ି ଆସିବା ସମୟରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସେ ବସ୍ତାକୁ ଦେଖି ଅଟକି ଥିଲେ ଓ ସେ ମଧ୍ୟ କିଛି ବସ୍ତା ଟଙ୍କା ଉଠାଇ ଥିଲେ l ବସ୍ତା ଗୁଡ଼ିକ ଖୋଲିବାରୁ, ସେଥିରୁ ଦୁଇ ଟଙ୍କିଆ କଏନ ମିଳିଥିଲା ଏବଂ ସେଥିରେ ପ୍ରାୟ ଆନୁମାନିକ ୫ ହଜାରରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଆକଳନ କରାଯାଇଛି l ଆମ୍ବୁଲାନ୍ସ ଡ଼୍ରାଇଭର ବିମଳ ଦାସ ଓ ଫାର୍ମାସିଷ୍ଟ ବାପି ମହାନ୍ତି ଏହି ମୁଦ୍ରା ଥିବା ବସ୍ତା ଗୁଡ଼ିକୁ ନେଇ ଜଳେଶ୍ଵର ଥାନାରେ ଜମା ଦେଇଥିବା ଜଣାପଡିଛି, ତେବେ ଏହି ମୁଦ୍ରା ଗୁଡ଼ିକ ଜାତୀୟ ରାଜପଥକୁ କେମିତି ଓ କେଉଁଠୁ ଆସିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଜଳେଶ୍ଵର ପୋଲିସ ତଦନ୍ତ କରୁଥିବା ଜଣାପଡିଛି l