ଢେଙ୍କାନାଳ (ସମୃଦ୍ଧ ଓଡିଶା) ଏଆଇଟିୟୁସି ସହ ବନ୍ଧିତ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ଢେଙ୍କାନାଳ ଜିଲ୍ଲା କମିଟିର ବୈଠକ ଢେଙ୍କାନାଳ ସ୍ଥିତ ଦଧିବାମନ ମଠରେ ଅନୁଷ୍ଠିତ ହୋଇ କେନ୍ଦ୍ରୀୟ ଟ୍ରେଡ଼ୟୁନିୟନ ତରଫରୁ ଆଗାମୀ ଜାନୁୟାରୀ ୮ ଓ ୯ ଦେଶବ୍ୟାପୀ ସର୍ବ ଭାରତୀୟ ଧର୍ମଘଟକୁ ଜିଲ୍ଲାରେ ସଫଳତା ନିମନ୍ତେ ଆହ୍ୱାନ ଦିଆଯାଇଛି । କେନ୍ଦ୍ରରେ ବିଜେପି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ବିଭିନ୍ନ ଯୋଜନାର ବିଶେଷକରି ସମନ୍ୱିତ ଶିଶୁ ବିକାଶ ଯୋଜନାର କ୍ରମାଗତ ବଜେଟ ହ୍ରାସ କରି ଚାଲିଛନ୍ତି । ଗତ ୨୦୧୩ ମସିହାରେ ଜାତୀୟ ଶ୍ରମ ସମ୍ମିଳନୀରେ ସହମତି ହୋଇଥିବା ୱାର୍ଡର ମାନ୍ୟତା ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁନାହାନ୍ତି । ଏହା ବିରୁଦ୍ଧରେ ଲଗାତାର ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ରରେ ଟ୍ରେଡ଼ୟୁନିୟନ ତରଫରୁ ସ୍କିମ ୱାର୍କର ବିଶେଷ କରି ଅଙ୍ଗନୱାଡି, ଆଶା କର୍ମୀ ଓ ପାଚିକା କର୍ମୀ ୱାର୍କର ମାନଙ୍କୁ ସର୍ବନିମ୍ନ ଭର୍ତ୍ତା ମାସିକ ଅଠର ହଜାର, ମାସିକ ପେନସନ ତିନି ହଜାର, ଶ୍ରମିକ ବିରୋଧି ଶ୍ରମ ଆଇନ ଜାତିର ଆଜି ୧୨ ଦଫା ଦାବୀ ଉପରେ ଭାରତୀୟ ଧର୍ମଘଟ ସୁଫଳ କରିବାକୁ ଜିଲ୍ଲା କମିଟି ବୈଠକ କୁମୁଦିନି ମହାରଣାଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି