ଜାତୀୟସ୍ତରୀୟ ଦୁଇ ଦିନିଆ ସେତୁ କର୍ମଶାଳା ଉଦଯାପିତ : ଦୀର୍ଘସ୍ଥାୟୀ ସେତୁ ନିର୍ମାଣର ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁବନେଶ୍ୱରସ୍ଥିତ ମେ ଫେଆର୍ କନଭେନସନ ହୋଟେଲରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା  ଦୁଇ ଦିନିଆ ଜାତୀୟସ୍ତରୀୟ ସେତୁ କର୍ମଶାଳା ବା “Workshop On Bridges” ସମାପନ ହୋଇଛି l ଦେଶର ୨୫ ରାଜ୍ୟରୁ ଯୋଗଦେଇଥିବା ବିଶିଷ୍ଟ ସେତୁ ବିଶେଷଜ୍ଞ ଓ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ  (୨୦୦ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ) ଙ୍କ ମଧ୍ୟରେ ବିଭିନ୍ନ ସମ୍ପାନରେ  ଗ୍ରାମୀଣ ସଂଯୋଗୀକରଣ ପାଇଁ ଦୀର୍ଘସ୍ଥାୟୀ ସେତୁ  ନିର୍ମାଣର ଅତ୍ୟାଧୁନିକ ଜ୍ଞାନକୌଶଳ  ଆଦି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ ସେତୁ ସମ୍ମିଳନୀ ଉଦଯାପିତ ହୋଇଛି ଦ୍ୱିତୀୟ ଦିବସରେ ଏହି କର୍ମଶାଳାରେ “ସେତୁ ନିର୍ମାଣ ଏବଂ ଡିଜାଇନ” ଉପରେ ଦେଶର ବିଶିଷ୍ଟ ସେତୁ ବିଶେଷଜ୍ଞ ଓ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ମାନେ  ମାନସମନ୍ଥନ କରିଛନ୍ତି ସମତଳ ଭୂମି, ମାଳଭୂମି, ପାହାଡିଆ ଅଞ୍ଚଳ ଆଦିରେ ସେତୁ ନିର୍ମାଣର ଭିନ୍ନ ଭିନ୍ନ କୌଶଳ ଉପରେ ସବିଶେଷ ଆଲୋଚନା ହୋଇଥିଲା ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଇଥିବା ପ୍ରାକୃତିକ ଦୁର୍ବିପାକକୁ ଧ୍ୟାନ ଦେଇ କିଭଳି ଦୀର୍ଘସ୍ଥାୟୀ ସେତୁ ନିର୍ମାଣ କରାଯାଇ ପାରିବ, ସେ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କର୍ମଶାଳାରେ ଦୀର୍ଘସ୍ଥାୟୀ ସେତୁ ନିର୍ମାଣର ଡ଼ିପିଆର୍ ପ୍ରସ୍ତୁତି, ମୂଳଦୁଆ ଓ ଭୂକମ୍ପରୋଧୀ ନକ୍ସା ପ୍ରସ୍ତୁତି, ସେତୁ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ସେତୁ ରକ୍ଷଣାବେକ୍ଷଣ, କ୍ଷେତ୍ର ଅଭିଜ୍ଞତା, ସେତୁ ନିର୍ମାଣର ମାନ ଆଦି ବିଷୟରେ ବିଭିନ୍ନ ସମ୍ପାନରେ ବିଶଦ ଆଲୋଚନା ହୋଇଥିଲା ସମସ୍ତ ଅଂଶଗ୍ରହଣକାରୀ ମାନେ ନିଜ  ରାଜ୍ୟର ତଥା କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ବିଷୟରେ ଆଲୋଚନା କରି ସେଠାକାର ସମସ୍ୟା  ବିଷୟରେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଥିଲେ ଗ୍ରାମୀଣ ସଂଯୋଗୀକରଣ ପାଇଁ ସେତୁ ନିର୍ମାଣର ସମସ୍ତ ଦିଗ ବିଷୟରେ ଏହି କର୍ମଶାଳାରେ ସବିଶେଷ ଆଲୋଚନା ହୋଇଥିଲା ପୂର୍ବରୁ ପ୍ରଥମ ଦିବସରେ  ଏହି  କର୍ମଶାଳାକୁ ଉଦଘାଟନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମହୋଦୟ ଏଥିରେ ୨୫ ରାଜ୍ୟରୁ ଯୋଗଦେଇଥିବା ୨୦୦ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ ଏହି କର୍ମଶାଳାର ଲକ୍ଷ୍ୟ ଓ ମିଶନକୁ ଆଧାର କରି , ମାନ୍ୟବର ମନ୍ତ୍ରୀ ସେତୁ ନିର୍ମାଣ ଏବଂ ରକ୍ଷଣାବେକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ | ରାଜ୍ୟ ଯୋଜନା ଏବଂ PMGSY ଯୋଜନା ଅନ୍ତର୍ଗତ ୨୧୧୭  ଟି ଲଂଗ୍ ସ୍ପାନ୍ ବ୍ରିଜ୍ ନିର୍ମିତ ହୋଇସାରିଥିବା, ୧୧୫୨   ଟି ସେତୁର  ନିର୍ମାଣ ଜାରି ରହିଥିବା ବିଷୟରେ ମାନ୍ୟବର ମନ୍ତ୍ରୀ ସନ୍ତୋଷ ପ୍ରକଟ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର ଓ  ବିନାୟକ ମିଶ୍ର, ଲୋକସମ୍ପର୍କ ଅଧିକାରୀ