ଜିକେ ଭଟ୍ଟର ହସ୍ପିଟାଲର ଆର୍‌କେଏସ୍ ଓ ଡାଏଟ୍ କମିଟି ଗଠନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରସ୍ଥିତ ଜିକେ ଭଟ୍ଟର ହସ୍‌ପିଟାଲ ଉତ୍ତର ବାଲେଶ୍ୱର ଓ ମେଦିନିପୁର ଜିଲାର କେତେକାଂଶର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି । ଏଠାରେ ପ୍ରତିଦିନ ପ୍ରାୟ ୩୫୦ରୁ ଅଧିକ ରୋଗୀ ବିଭିନ୍ନ ବିଭାଗରେ ଚିକିତ୍ସିତ ହୋଇଥାନ୍ତି । ଏହାକୁ ଲକ୍ଷ୍ୟ କରି ଜିକେ ଭଟ୍ଟର ହସ୍‌ପିଟାଲର ରୋଗୀ କଲ୍ୟାଣ ସମିତି ଓ ଡାଏଟ୍ କମିଟି ଗଠିତ ହୋଇଛି । ଏହି କମିଟିରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଅଧ୍ୟକ୍ଷ ଥିବା ବେଳେ ବାଲେଶ୍ୱର ଉପଜିଲାପାଳଙ୍କ ସ୍ୱୀକୃତିକ୍ରମେ ପୌର ଅଧିକାରୀ ଅଜୟ କୁମାର ମହାପାତ୍ର, ମେଡିକାଲ ଅଫିସର ଡା. ଦିଲ୍ଲିପ କୁମାର ପାତ୍ର, ଡା. ବିନୋଦ କୁମାର ପ୍ରଧାନ, ଡ. ରମାକାନ୍ତ ଭଂଜ, ଅଶୋକ କୁମାର ପାତ୍ର, ଶଂକର ଘୋଷ, ପୁଷ୍ପପ୍ରିୟା କାମିଳା, ସିଡିପିଓ ଦିପ୍ତିମୟୀ ପୋଥାଳ, ବିଇଓ ସୁଧାଂଶୁ ସେଖର ଜେନା, ପିଏଚ୍‌ଡି ଜେଇ ଶ୍ରୀ ମାଝୀ, ପିଏଚ୍‌ଇଓ ଫକୀର ଚରଣ ପ୍ରଧାନ, ବିପିଏମ୍ ସ୍ମିତା ପ୍ରମାଣିକ ଓ ସାମ୍ବାଦିକ ଅବନୀ କୁମାର ଚାନ୍ଦ ସଦସ୍ୟଭାବେ ମନୋନୀତ ହୋଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା