ଜିକେ ଭଟ୍ଟର ହସ୍ପିଟାଲରେ ମିଳୁନାହିଁ ଆବଶ୍ୟକ ସେଲାଇନ୍ ଓ ଔଷଧ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମେଦିନୀପୁର ଜିଲାର ଦକ୍ଷିଞ୍ଚଳ ଓ ବାଲେଶ୍ୱର ଜିଲାର ଉତ୍ତରାଞ୍ଚଳରେ ୭୦ଦଶକ ବେଳକୁ ସ୍ୱାସ୍ଥ୍ୟାସେବାର ସୁବିଧା ନ ଥିବା ଯୋଗୁଁ ଜଳେଶ୍ୱରର କତିପୟ ବୁଦ୍ଧିଜିବୀ, ବ୍ୟବସାୟୀ ଓ ଜିକେ ଭଟ୍ଟରଙ୍କ ଦାନରେ ଗଢିଉଠିଥିଲା ଭଟ୍ଟର ହସ୍ପିଟାଲ । ୧୯୭୮ ମସିହାରେ ଏହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଉଦ୍ଘାଟନ କରିଥିଲେ । ଏବେ ଏଠାରେ ପ୍ରତ୍ୟେକ ଦିନ ପ୍ରାୟ ୩୦୦ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଆବଶ୍ୟକ କେତେକ ସେବାଉପକରଣ ମିଳୁନଥିବା ଅଭିଯୋଗ ହୋଇ ଆସୁଛି । ସର୍ବନିମ୍ନ ମୌଳିକ ସେବା ସେଲାଇନ୍ ଓ କେତେକ ଔଷଧ ଯଥା ଟକ୍ସାଇଡ୍, ଇଞ୍ଜେକସନ୍, ସିରିଞ୍ଜ, କୁକୁର ଓ ସାପକାମୁଡା ଭେକ୍ସିନ ରୋଗୀଙ୍କୁ ମିଳୁନଥିବା ଅଭିଯୋଗ କ୍ରମେ ବାଲେଶ୍ୱର ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ସିଡିଏମ୍ଓଙ୍କୁ ଲିଖିତଭାବେ ଜଣାଇଛନ୍ତି । ପ୍ରସୂତୀମାନଙ୍କୁ ଦରକାର ହେଉଥିବା ରକ୍ତ ଦେବାର ଭଟ୍ଟର ହସ୍ପିଟାଲରେ ଥିବା ବେଳେ ଏବେ ତାହା ସାତସପନ ହୋଇ ଯାଇଛି । ଏ ସଂପର୍କରେ ବିଭିନ୍ନ ସମୟରେ କେତେକ ସଂଗଠନ, ବ୍ୟକ୍ତିବିଶେଷ ଓ ରୋଗୀମାନେ ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ଅନ୍ତଭୁକ୍ତ ହୋଇଥିଲେ ମଧ୍ୟ ଏ ସବୁ ସୁବିଧା ସୁଯୋଗ ନ ମିଳିବାରୁ ଜନ ଅସନ୍ତୋଷ ଦେଖଶ ଦେଉଛି । ଏହା ବ୍ୟତିତ ଡା. ଦିଲ୍ଲିପ କୁମାର ପାତ୍ର, ବିନୋଦ କୁମାର ପ୍ରଧାନ, ଡ. ରତ୍ନାକର ଦାସଙ୍କ ଦ୍ୟତିତ ୩ଦିନ ଲାଗି ଡା. ଗିରିଜା ଶଂକର ମହାନ୍ତି ଓ ଦାନ୍ତ ଚିକିତ୍ସକ ସସ୍ମିତା ସିଂ କାର୍ଯ୍ୟ କରୁଥିବା ବେଳେ ୨ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ସ୍ୱାଗତଯୋଗ୍ୟ । କିନ୍ତୁ ୪ଜଣ ନର୍ସ, ଜଣେ କ୍ଲର୍କ ଓ ଏଟେଡେଣ୍ଟ ପୋଷ୍ଟ ଖାଲି ପଡିଥିବାରୁ ପରିସ୍ଥିତି ବ୍ୟାହତ ହେଉଛି । ଏଥିପ୍ରତି ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା