ରାଉରକେଲା(ସମୃଦ୍ଧଓଡିଶା)ଛେଣ୍ଡ ସ୍ଥିତ ଜିଙ୍ଗଲ ବେଲ ଇଂଲିଶ ସ୍କୁଲ ର 19 ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆର.ଏସ.ପି ଶିକ୍ଷା ବିଭାଗ ର ପ୍ରାକ୍ତନ ଅଧିକାରୀ ସୁରେଶ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେଯେ, ଏ ସଂସାରରେ କର୍ମର ମହତ୍ୱ ବେଶୀ l କର୍ମ ଅନୁସାରେ ଫଳ ମିଳିଥାଏ l ବିଦ୍ୱାନ ବ୍ୟକ୍ତିଙ୍କ ମତରେ ବିଦ୍ୟା ଦ୍ୱାରା ଅମୃତ ଲାଭ ହୋଇଥାଏ l ବିଦ୍ୟା ଦ୍ୱାରା ସୁଗୁଣ ଲାଭ ସହ ବିନୟୀ ହେଲେ ସୁଯୋଗ୍ୟ ବ୍ୟକ୍ତି ସୃଷ୍ଟି ହୋଇଥାନ୍ତି l ପ୍ରାରବ୍ଧ ଜ୍ଞାନ ଏ ଜନ୍ମରେ ଜ୍ଞାନ ଆହରଣକୁ ସୁଗମ କରିଥାଏ l ଅଭିଭାବକ ଓ ଶିକ୍ଷକ ମାନେ ପିଲାଙ୍କୁ ଶୈଶବ ଅବସ୍ଥାରୁ ହିଁ ପଢ଼ା ପ୍ରତି ଆଗ୍ରହ ଓ ସୁଯୋଗ ସୃଷ୍ଟି କଲେ ସେମାନେ ନିଶ୍ଚୟ ଜୀବନରେ ସଫଳ ବ୍ୟାକିତ୍ୱ ହେବେ ବୋଲି ଶ୍ରୀ ଭୋଇ କହିଥିଲେ l ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟ ର ପ୍ରିନସିପାଲ ଡ଼ ଉମାକାନ୍ତ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ଯେ, ପିଲାଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ଜାଗ୍ରତ ହେବାକୁ ହେବ l ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ସ୍ୱୟଂ ସମ୍ପୂର୍ଣ ହେବା, ଆୟ କ୍ଷମ ହେବା l ସେଥି ପ୍ରତି ନୂତନ ଶିକ୍ଷାନୀତିରେ ବ୍ୟବସ୍ଥା ରହିଛି l ପିଲାମାନଙ୍କୁ ସେହିପରି ଢଙ୍ଗରେ ଗଢିବାକୁ ହେବ l ସ୍ବଦେଶୀ ଓ ପାରମ୍ପରିକ ଜ୍ଞାନ, କଳା,ସଂସ୍କୃତି ଓ ଶିକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ l ପିଲାର ସୃଜନଶିଳତା, ଚିନ୍ତାଧାରାକୁ ଅନୁଶୀଳନ କରି ତାକୁ ସେହିପରି ମାର୍ଗ ଦର୍ଶନ କରାଇବା ସହ ନୈତିକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ l ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଆଜିର ଶିଶୁ ଆଗାମୀ ଦିନର ଭାବିଷ୍ୟତ l ସେମାନଙ୍କ ସ୍ବପ୍ନ, ଚିନ୍ତନ ଓ ଉଦ୍ୟମକୁ ସାକାର ରୂପ ଦେବାରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ l ପିଲାମାନେ ନିଷ୍ଠାବାନ, ଆତ୍ମବିଶ୍ଵାସି ଓ ସମୟାନୁବର୍ତ୍ତିତ ହେଲେ, ଆହ୍ୱାନ ର ମୁକାବିଲା କରି ଜୀବନରେ ସଫଳ ହେବେ ବୋଲି କହିଥିଲେ l ଅନ୍ୟତମ ଅତିଥି ଭାବେ ରାଉରକେଲା ସରକାରୀ ଆଇଟିଆଇ ଅପରେଣ୍ଟିସ ବିଭାଗର ପୂର୍ବତନ ଉପଦେଷ୍ଟା ସୁରେନ୍ଦ୍ର ନାଥ ଜେନା ଯୋଗଦେଇ କହିଲେ ଯେ,ପିଲାଙ୍କ ମଧ୍ୟରେ ପ୍ରଥମେ ପାଠ ପଢ଼ା ପାଇଁ ଆଗ୍ରହ ସୃଷ୍ଟି କରାଯାଉ l ଅଭିଭାବକ ମାନେ ପିଲାଙ୍କୁ ଉତ୍ସାହିତ କରନ୍ତୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ ବୋଲି କହିଥିଲେ l ପ୍ରାରମ୍ଭରେ ରେ ସ୍କୁଲ ର ପ୍ରିନସିପାଲ ଶ୍ରୀମତୀ ଶେଫାଳି ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ସହ ସ୍କୁଲ ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ସ୍କୁଲ ପରିଚାଳନା କମିଟି ର ସେକ୍ରେଟାରୀ ଆଡ଼ଭୋକେଟ ଶରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ସୁଶ୍ରୀ ଶିଭାଙ୍ଗି ପଣ୍ଡା ଓ କମଳ ଲୋଚନ ଗାରୁ ସଂଯୋଜନା କରିଥିଲେ l ଉଦ୍ଘାଟନୀ ଉତ୍ସବ ପରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଏହାପରେ ପିଲାମାନଙ୍କ ଦ୍ୱାରା ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ବହୁ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଶାଳିନୀ ପଣ୍ଡା ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ l
ରିପୋର୍ଟ : ସସ୍ମିତା ପ୍ରଧାନ