ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମପଞ୍ଚାୟତ ଟି ବର୍ତ୍ତମାନ କୋରନା ରେଡ଼ ଜୋନରେ ରହି ଅଛି । ଜିଲୁଣ୍ଡି ଗ୍ରାମ ମୁଖ୍ୟ ରାସ୍ତାଟି ଜାତୀୟ ରାଜପଥ ସହ ସଂଯୋଗ କରୁଥିବାରୁ ରାସ୍ତାରେ ସବୁ ବେଳେ ଭିଡ଼ ପରିଲକ୍ଷିତ ହେଉଛି । ଏହାକୁ ଦୁର୍ଷ୍ଟିରେ ରଖି ଜିଲୁଣ୍ଡି ସରପଞ୍ଚ ସସ୍ମିତା ପ୍ରଧାନ ପଞ୍ଚାୟତ ଦ୍ୱାରା ଗଠିତ କୋଭିଡ଼ ସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇ ଆସନ୍ତା ୩୧/୦୭/୨୦ ରୁ ୦୨/୦୮/୨୦ ପର୍ଯ୍ୟନ୍ତ ଅର୍ଥାତ ୩ ଦିନ ସଟଡାଉନ ଘୋଷଣା କରିଛନ୍ତି । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଘଂନ କରନ୍ତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି । ଏ ନେଇ ସେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ନିକଟସ୍ଥ ପୋଲିସ ଅଧିକାରୀଙ୍କୁ ଏକ ଚିଠି ଲେଖି ସମସ୍ତ ସୂଚନା ଦେଇଛନ୍ତି ।
ରିପୋର୍ଟ : ନିଲୁ ବିଷୋୟୀ