ଜିଲ୍ଲା ଅଙ୍ଗନବାଡି ସଙ୍ଘ ସଦସ୍ୟାଙ୍କ ଅଗୋଚରରେ ଅମିତା ସାହୁ ଜିଲ୍ଲା ସଂଯୋଜିକା ମନୋନୀତ ନେଇ ଅସନ୍ତୋଷ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳି ବ୍ଳକ୍ ଅନ୍ତର୍ଗତ ବୁରୁପଡା ସ୍ଥିତ ମା ଶ୍ୟାମଳାଇ ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ଅଙ୍ଗନୱାଡ଼ି କର୍ମୀମନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକ୍ ର ବିଏମଏସ କର୍ମକର୍ତ୍ତା ଶେରଗଡ଼,ସୋରଡ଼ା, ବେଲଗୁଣ୍ଠା, ଚିକିଟି, ହିଞ୍ଜିଳିକାଟୁ, ବୁଗୁଡ଼ା, ସାନଖେମୁଣ୍ଡି,ଦିଗପହଣ୍ଡି,ଗଞ୍ଜାମ, ଛତ୍ରପୁର, ଆସ୍କା,ଭଞ୍ଜନଗର, ଜଗନ୍ନାଥ ପ୍ରସାଦ ଇତ୍ୟାଦି ବ୍ଳକ୍ ସଦସ୍ୟାର ଏଥିରେ ଯୋଗ ଦେଇଥିଲେ । ବିଏମଏସ କର୍ମକର୍ତ୍ତା ମାନେ ଏହି ବ୍ଳକ୍ ଗୁଡ଼ିକ ଦୀର୍ଘଦିନ ଧରି ଏଥିରେ ସାମିଲ ଥିଲେ । ଗତ ୨୦୨୩ ମସିହାର ରାଲି ପର ଠାରୁ ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୁଷ୍ଟ ପ୍ରକାଶ ପାଇଥିଲା । କାହାର ପରାମର୍ଶ ନ ନେଇ ରାଜ୍ୟ କର୍ମକର୍ତ୍ତା ମାନେ ଉକ୍ତ ରାଲିକୁ ସ୍ଥଗିତ ରଖିବା ଘଟଣାକୁ ନେଇ ସମସ୍ତ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଅପମାନିତ କରାଯାଇଥିବା ଘଟଣା ସମସ୍ତ ଜିଲ୍ଲା କର୍ମୀ ଅସନ୍ତୁଷ୍ଟ ଥିବା ଏହି ସଭାରେ ବିଶେଷ ଆଲୋଚନା ହୋଇଥିଲା l ଉକ୍ତ ସଭାରେ ଏହି ଘଟଣାକୁ କେନ୍ଦ୍ରକରି କରାଯାଇଥିବା ପ୍ରଶ୍ନର ସଠିକ୍ ଉତ୍ତର ରାଜ୍ୟ ଓ ଜିଲ୍ଲା ସଙ୍ଘ ପାଖରେ ନଥିଲା । ସେହି ବିଷୟକୁ କେନ୍ଦ୍ର କରି ପ୍ରବଳ ପାଟିତୁଣ୍ଡ ହେବା ସହ ରାଜ୍ୟ ଓ ଜିଲ୍ଲା ସଙ୍ଘକୁ ଜବାବ ତଲବ ପାଇଁ ନିଷ୍ପତ୍ତି ହୋଇଥିଲା । ଘଟଣା କ୍ରମେ ପୂର୍ବେ ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟା ତଥା ଜିଲ୍ଲା ସଦସ୍ୟାଙ୍କ ଅଗୋଚରରେ ଜିଲ୍ଲା ସଂଯୋଜିକା ଭାବେ ମନୋନୀତ ଭାବେ ନିଯୁକ୍ତ ବିଏମଏସ କର୍ମକର୍ତ୍ତା କର୍ମୀ ଅମିତା ସାହୁ ରାଜ୍ୟ ର ସମସ୍ତ ବ୍ଳକ୍ ବିଭିନ୍ନ ଆନ୍ଦୋଳନ ଡାକରା ପାଇଁ ସମସ୍ତ ବ୍ଳକ୍ ଆସୋସିଏସନ ପକ୍ଷରୁ ୫ ହଜାର ଟଙ୍କା ଦିଆଯାଇଥିଲା । କିନ୍ତୁ ଗତ ୨୦୧୭ ଠାରୁ ଚଳିତ ବର୍ଷ ୨୦୨୪ ମଧ୍ୟରେ ସଙ୍ଘ ସଦସ୍ୟାଙ୍କୁ କୌଣସି ସଭା କାର୍ଯ୍ୟ ନ କରିବା ସହ ଟଙ୍କାର ହିସାବ ମଧ୍ୟ ଦେଇ ନାହାନ୍ତି । ଏପରି କି ଶ୍ରୀମତି ଅମିତା ସାହୁ ଗଞ୍ଜାମ ଜିଲ୍ଲାର କୌଣସି ବ୍ଳକ୍ କମିଟି ପଇସା ଦେଇ ନଥିବା ସହ ଗଞ୍ଜାମ ଜିଲ୍ଲା କମିଟି ନିଷ୍କ୍ରିୟ ହୋଇଛି କହି ସାମାଜିକ ଗଣମାଧ୍ୟମ ଓ ଛପା ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିବା ବିଷୟ ଆଲୋଚନାର କେନ୍ଦ୍ରବିନ୍ଦୁ ସାଯିବା ସହ ଜିଲ୍ଲା ସଦସ୍ୟାଙ୍କୁ ସଙ୍ଗଠନରୁ ବାଦ ଦିଆଯାଇଥିବା ମତ ବିନିମୟ କରିଛନ୍ତି । ଅମିତା ସାହୁଙ୍କ ଏଭଳି ବୟାନକୁ ନେଇ ଜିଲ୍ଲା ଅଙ୍ଗନୱାଡି କମିଟିରେ ତୀବ୍ର ବିରୋଧ ପ୍ରକାଶ ପାଇବା ସହ ଗଞ୍ଜାମ କର୍ମୀମାନଙ୍କୁ ରାଜ୍ୟର ବିଏମଏସ ୱାଟ ସ୍ ଅପ ଗ୍ରୁପରୁ କାହିଁକି ବାହାର କରାଗଲା ବୋଲି ପ୍ରଶ୍ନ ହୋଇଛି । ଅନ୍ୟ ପକ୍ଷରେ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ଓ ସମ୍ପାଦିକା ବିଏମଏସ କମିଟି ପ୍ରମୁଖ ମତ ପ୍ରକାଶ କରି କହିଛନ୍ତି ଯେ ସଙ୍ଘ ଟଙ୍କାର ଠିକ୍ ହିସାବ ନ ଦେଇ କୌଣସି କର୍ମୀଙ୍କୁ ବିନା କାରଣରେ ସଙ୍ଗଠନରୁ ବାହାର କରାଯାଇ ପାରିବ ନାହିଁ । ଏଭଳି ଦୃଷ୍ଠତା ପାଇଁ ଅମିତା ସାହୁଙ୍କ ଉପରେ କର୍ମୀମାନଙ୍କୁ ବିନା କାରଣରେ ବାହାର କରାଯାଇଥିବା କାର୍ଯ୍ୟକୁ ନେଇ ବର୍ତ୍ତମାନ ଚଳିତ ତଥା କିଛି ବ୍ୟକ୍ତିଙ୍କୁ ପରାୟତ କରି ନିଜକୁ ଆତ୍ମ ଘୋଷିତ କରିଥିବା ଅମିତା ସାହୁଙ୍କୁ ବିରୋଧରେ ଜିଲ୍ଲା ଅଙ୍ଗନବାଡି କର୍ମୀଙ୍କ ତରଫରୁ ଆଇନଗତ କାର୍ଯ୍ୟ ପ୍ରନ୍ଥା ନେବା ପାଇଁ ବିଏମଏସ ନିଷ୍ପତ୍ତି ନିଇଥିବା କୁହାଯାଇଛି । ଅପରପକ୍ଷେ ଭରତୀୟ ମଜଦୂର ମହା ସଂଘ ର ଗଞ୍ଜାମ ଜିଲ୍ଲାର ସଭାପତି ଭବାନୀ ଶଙ୍କର ଦାଶ ମତପ୍ରକାଶ କରିଛନ୍ତି ଯେ ରାଜ୍ୟରୁ ପଦାଧିକାରୀ ମାନେ ଆସିଥିଲେ ନିଷ୍କ୍ରିୟ ଥିବା ଗଞ୍ଜାମ ଜିଲ୍ଲା ଅଙ୍ଗନବାଡ଼ି ଆସୋସିଏସନ୍ ର ପଦକୁ ରଦକରି ସମସ୍ତଙ୍କ ସହାନିକ୍ରମେ ନୂତନ ଭବେ କର୍ମକର୍ତ୍ତା ଚୟନ କରାଯିବ।
ରିପୋର୍ଟ -ରଜତ ପଟ୍ଟନାୟକ