ଅବକାରୀ ପୋଲିସ ବିଭାଗର ଚଢ଼ାଉ ବିପୁଳ ମଦ,ପୋଚ ସହ ୪ ଗିରଫ…

ବ୍ରହ୍ମପରୁ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଜିଲ୍ଲା ଅବକାରୀ ବିଭାଗ ଓ ଦିଗପହଣ୍ଡି ପୋଲିସର ମିଳିତ ଭାବେ ତଳ କୁମ୍ଭଝରୀ, ଉପର କୁମ୍ଭଝରୀ, ବ୍ରହ୍ମପୁର ଗେଟ ବଜାର, ବି.ଗୋବିନ୍ଦପୁର, ଗୋପାଳପୁର ଆଦି ସ୍ଥାନ ମାନଙ୍କରେ ଚଢ଼ାଉ କରିଥିଲେ । ଚଢ଼ାଉରେ ୪ ଜଣ ଚୋରା ମଦ ବେପାରୀଙ୍କୁ ଗରିଫ କରିବା ସହ ୧୨୦ ଲିଟର ଚୋରା ଦେଶୀ ମଦ, ୧୫୦୦ କେଜି ଗୁଡା ମିଶ୍ରିତ ପୋଚ, ୧୧.୫ ଲିଟର ବାହାର ଭାଟି ମହୁଲି ମଦ ସହ ୧୭ ଗୋଟି ବିଦେଶୀ ମଦ ଓ ୧୪ ଗୋଟି ବିଅର ଜବତ କରାଯାଇଛି । ଏହି ସମ୍ବଳର ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଶଙ୍କର ମଲ୍ଲିକ, ମନୋଜ କୁମାର ପତ୍ର, ଆର. ରଘୁନାଥ ସାହୁ ଓ ହେଚ.କେ.ବାସା । ଏହି ଚଢ଼ାଉ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହୋଇଥିଲା । ଏହି ଚଢ଼ାଉରେ ଅବକାରୀ ନିୟନ୍ତ୍ରଣ ଅଭିରାମ ବେହେରା, ସୁଶାନ୍ତ କୁମାର ପାଢ଼ୀ, ରୋଶନ, ଏସଆଇ ଶ୍ରୀଧର ମହାନ୍ତି, ବାକଳ ବିଶିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା