ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ ଓ ଆଇଏସଡବ୍ଲ୍ୟୁଓ, ଏନଜିଓ ର ମିଳିତ ଅନୁକୁଲ୍ୟରେ ମାନବ ଅଧିକାର ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶ ଉଦଘାଟନ କରିବା ଅବସରରେ ଅଦ୍ୟ ଦିବସର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ ନାଗରିକ ମାନଙ୍କ ପାଇଁ ଥିବା ବିଧି ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ । ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରାମଚନ୍ଦ୍ର ମଲ୍ଲ ଛାତ୍ରୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଦେଶର ଉନ୍ନତି ପାଇଁ ସହଯୋଗ ନିତ୍ୟାନ୍ତ ଜରୁରୀ ବୋଲି ନିଜ ଅଭିଭାଷଣରେ ଜଣାଇଥିଲେ । ଶାନ୍ତି ମିଶ୍ର ସମାଜ ସେବିକା ନିଜ ବକ୍ତବ୍ୟରେ ମହିଳା ମାନଙ୍କ ଉପରେ ହେଉଥିବା ହିଂସାକୁ କିଭଳି ରୋକିପାରିବା ସେ ବିଷୟରେ ଆଲୋକପାତ କରିଥିଲେ । ତତ ସଂଗେ ସଂଗେ ଅବସରପ୍ରାପ୍ତ ସିବିଆଇ, ଜଜ ଭିକାରି ଚରଣ ରାଉତ, ସିଭିଲ କୋର୍ଟ ରେଜିଷ୍ଟ୍ରାର ସଂଜିତ କୁମାର ବେହେରା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ କୁମାର ପୁରୋହିତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରାଜଶ୍ରୀ ଆର୍ଯ୍ୟାଵାଳା ତ୍ରିପାଠୀ/ନିଶା ଅଗ୍ରୱାଲ/ମୟିତ୍ରୀ ସାମନ୍ତରାୟ, ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପକ/ପ୍ରାଧ୍ୟାପିକା ଏବଂ ଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରକୁ ଆଇଏସଡବ୍ଲୁଓ, ଏନଜିଓ ର ସମ୍ପାଦିକା ପୁଷ୍ପାଞ୍ଜଳି ଜେନା ପରିଚାଳନା କରିଥିଲେ । ଆଇଏସଡବ୍ଲ୍ୟୁଓ କର୍ମଚାରୀ, ତାରା ସ୍ୱାଇଁ, ଅନିମା ନାଏକ, ପିଏଲଭି ସର୍ବେଶ୍ୱର ମାଲିକ, ବଶିଷ୍ଠ ବରାଳ ପରିଚାଳନାରେ ସହାୟତା କରିଥିଲେ । ଏହି ଅବସରରେ ଆଇଏସଡବ୍ଲୁଓ, ଏନଜିଓ ଅନୁଷ୍ଠାନ ଦ୍ୱାରା କରାଯାଉଥିବା ୧୬ ଦିନର ମହିଳା ହିଂସା ମୁକ୍ତି କାର୍ଯ୍ୟକ୍ରମକୁ ଉଜ୍ଜାପିତ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି