![ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ବ୍ୟଙ୍ଗ ନାଟକ/ବକୃତା/ପ୍ରବନ୍ଧ/ଚିତ୍ରାଙ୍କନ ପ୍ରତିଯୋଗିତା…](https://i0.wp.com/www.samrudhaodisha.com/wp-content/uploads/2019/09/WhatsApp-Image-2019-09-01-at-9.23.12-AM.jpeg?fit=1024%2C768&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/09/WhatsApp-Image-2019-09-01-at-9.22.56-AM.jpeg?resize=640%2C480&ssl=1)
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବ୍ୟଙ୍ଗ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜଯ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାସ ଉଦଘାଟନ କରିଥିଲେ । ବିଦ୍ୟାଳୟ ଆଇନ ସଚେତନ ସଂଘର ଅଂଶ ଗ୍ରହଣ କାରିଙ୍କୁ ନେଇ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଏହି ପ୍ରତିଯୋଗିତା ହୋଇଥିଲା । ଏଥିରେ ଢେଙ୍କାନାଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୧୪ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଆଇନ ଆଧାରିତ ବିଭିନ୍ନ ବ୍ୟଙ୍ଗ ନାଟକ ପରିବେଷଣ କରିଥିଲେ । ଏଥିରେ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ବିଜେତା ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା ଭୋଳେଶ୍ୱର ଧଳ ଉଚ୍ଚ ବିଦ୍ୟାଳୟ ଭାପୁର । ବିଚାରକ ଭାବେ ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ, ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ଦେବରାଜ ପରିଡା ଏବଂ ଅବସରପ୍ରାପ୍ତ ଶିକ୍ଷକ ମଳୟ ପଣ୍ଡା ଦାୟିତ୍ୱ ତୁଲାଇଥିଲେ । ଏତତବ୍ୟତୀତ ଉପରୋକ୍ତ କାର୍ଯ୍ୟକ୍ରମ ସମାପ୍ତ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏ.ଡି.ଆର ଗୃହରେ ଆଇନ ଉପରେ ଆଧାରିତ ବକୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ମାଧ୍ୟମରେ ସେମାନଙ୍କ ଅଭିବ୍ୟକ୍ତ ଓ ଆଇନର ବ୍ୟବସ୍ଥା ସମ୍ପର୍କରେ ପ୍ରତିଯୋଗିତା ମାଧ୍ୟମରେ ଉପସ୍ଥାପନ କରିଥିଲେ । ବିଚାରକ ମଣ୍ଡଳୀରେ ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ବରିଷ୍ଠ ଦେୱାନୀ ବିଚାରପତି(ମହିଳାଙ୍କ ଅଦାଲତ) ଶ୍ରୀମତୀ ଗୀତାଞ୍ଜଳି ନନ୍ଦ, ଦ୍ୱତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଶା ଅଗ୍ରୱାଲ, ଅବସର ପ୍ରାପ୍ତ ଶିକ୍ଷକ ସାରଙ୍ଗଧର ମିଶ୍ର, ଚିତ୍ରାଙ୍କନରେ ପାରଦର୍ଶିତା ଲାଭ କରିଥିବା ପ୍ରବିର ମହାନ୍ତି ପ୍ରମୁଖ ଦାୟିକ ଦାୟିତ୍ୱ ତୁଲାଇଥିଲେ । ପ୍ରତିଯୋଗିତା ସମାପ୍ତି ପରେ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶ, ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ(ଭିଜିଲାନ୍ସ) ପ୍ରତିମା ପଣ୍ଡା, ପାରିବାରିକ ଅଦାଲତର ବିଚାରପତି ଦୀପ୍ତି ରଞ୍ଜନ କାନୁନଗୋ ଓ ଅତିରିକ୍ତ ଜିଲ୍ଲା ଜଜ ରାଜ କିଶୋର ମହାପାତ୍ର ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ରେଜିଷ୍ଟ୍ରାର ସିଭିଲ କୋର୍ଟ ସଂଜିତ କୁମାର ବେହେରା, ଅତିତିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ସୁଜାତା ପ୍ରିୟମ୍ବଦା ସ୍ୱାଇଁ, ଅତିରିକ୍ତ ଆରକ୍ଷ ଅଧିକ୍ଷକ ହରେକୃଷ୍ଣ ପ୍ରଧାନ, ବ୍ଲକ ଶିକ୍ଷା ଅଧିକାରୀ, ଢେଙ୍କାନାଳ ସିଭିଲ କୋର୍ଟ/ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳର ସମସ୍ତ କର୍ମଚାରୀ, PLVs ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
![](https://i0.wp.com/www.samrudhaodisha.com/wp-content/uploads/2019/09/WhatsApp-Image-2019-09-01-at-9.23.23-AM.jpeg?resize=640%2C480&ssl=1)