
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ ଦ୍ୱାରା ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଇନ ସେବପ୍ରାଧିକରଣର ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଭଲ ମଣିଷ ହୋଇ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ ଏହାସହ ସେମାନଙ୍କୁ ଏକ ଫୁଲ ସଦୃଶ ତୁଳନା କରିଥିଲେ । ଏହି ଶିବିରରେ ବିଚାରପତି, ପରିବାର ଅଦାଲତ, ଦୀପ୍ତି ରଞ୍ଜନ କାନୁନଗୋ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ସିଭିଲ କୋର୍ଟ ରେଜଷ୍ଟ୍ରାର ସଞ୍ଜିତ କୁମାର ବେହେରା, ଉପଜିଲ୍ଲାପାଳ ଢେଙ୍କାନାଳ, ଭବେଶ କୁମାର ନାୟକ, ଶିଶୁ ସୁରକ୍ଷା ଅଧିକାରୀ ଢେଙ୍କାନାଳ ଅନୁରାଧା ଗୋସ୍ୱାମୀ, ମହର୍ଷି ଦୟାନନ୍ଦ ସର୍ଭିସ ମିଶନର ସମ୍ପାଦକ ପ୍ରଦୀପ କୁମାର ସାହୁ, ପିଏଲଭି ଟଙ୍କଧର ବାରିକ ଏବଂ କାମାକ୍ଷା ପ୍ରସାଦ ଉଚ୍ଚ ବିଦ୍ୟାଳୟର ଆଇନ ସ୍ଵାକ୍ଷରତା କ୍ଲବର ଶିକ୍ଷକ ଇନଚାର୍ଜ ନରେଶ କୁମାର ମହାରଣା ଓ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅରୁଣ ପଟ୍ଟନାୟକ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି