ବ୍ର ହ୍ମ ପୁ ର : ୨୦୨୪ ବର୍ଷର ଗଞ୍ଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି । ସଭାପତି ପଦବୀ ପାଇଁ ଆଇନଜୀବୀ ପ୍ରଦୀପ ପଣ୍ଡା, ନୟନ ମହାପାତ୍ର ଓ ମନୋଜ କୁମାର ପଟ୍ଟନାୟକଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଉପସଭାପତି ପାଇଁ ଆଇନଜୀବୀ ଭି. ଈଶ୍ୱର ରାଓ ଦୋରା, ରାମପ୍ରସାଦ ପଣ୍ଡା, ଅନୀଲ୍ କୁମାର ପଣ୍ଡା ମଧ୍ୟ ପ୍ରଚାର ଦୌଡ଼ରେ ରହିଥିବା ଦେଖୁବାକୁ ମିଳିଛି । ସେହିପରି ସମ୍ପାଦକ ପ୍ରାର୍ଥୀ ଭାବେ ଆଇନଜୀବୀ ଟି. ଭେଙ୍କେଟ ରାଓ, ବିରଞ୍ଚ୍ ନାରାୟଣ ମହାପାତ୍ର, ସୁଧୀର କୁମାର ମିଶ୍ର, ଜ୍ୟୋତି ପ୍ରସାଦ ଛୋଟରାୟ, ଟିଟୁ କୁମାର ପାତ୍ର ପ୍ରଚାର ଅଭିଯାନକୁ ଜୋରଦାର୍ କରିଥୁବା ବେଳେ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ମାତ୍ର ୨ ଜଣ ଆଇନଜୀବୀ ଅସିତ୍ କୁମାର ସାବତ ଓ ଗିରିଜା ଶଙ୍କର ବେହେରା। ପ୍ରଚାର ମଇଦାନରେ ଓହ୍ଲାଇଥିବା ସୂଚନା ମିଳିଛି । ଆସନ୍ତା ମାର୍ଚ୍ଚ ୩୦ ତାରି ଖରେ ନିର୍ବାଚନ ହେବାକୁ ଥୁବା ବେଳେ ବର୍ତ୍ତମାନ ଠାରୁ ପ୍ରାର୍ଥୀମାନେ ପ୍ରଚାରକୁ ବିଭିନ୍ନ ଢ଼ଙ୍ଗରେ ଚାଲିଥିବା ଦେଖିବାକୁ ମିଳିଛି ଏବଂ ଆଗାମୀ ଦିନରେ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି କିମ୍ବା ହ୍ରାସ ତାହା ଦେଖିବାକୁ ବାକି ରହିଲା । ଖୁବ୍ କମ୍ ଦିନରେ ଆଶାୟୀଙ୍କ ସଂଖ୍ୟା ଜଣାପଡ଼ିବ ବୋଲି ସୂଚନା ମିଳିଛି।